Site icon UTKAL PRATIDIN

ସୁପ୍ରିମକୋର୍ଟ ଜଜଙ୍କ ବଡ ମନ୍ତବ୍ୟ,ବିଧବାଙ୍କୁ ଲୋଡ଼ା ନାହିଁ ମେକଅପ

JudgeDiversity1

ବିଧବା ମହିଳାଙ୍କ ମେକଅପ୍ ଉପରେ ରାୟକୁ ନେଇ ଅଡ଼ୁଆରେ ପାଟନା ହାଇକୋର୍ଟ ।ପାଟଣା ହାଇକୋର୍ଟର ଏପରି ମନ୍ତବ୍ୟକୁ ନେଇ ହାଇକୋର୍ଟ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ ।। ନିକଟରେ ପାଟନା ହାଇକୋର୍ଟରେ ଜଣେ ମହିଳାଙ୍କ ହତ୍ୟା ମାମଲାକୁ ନେଇ ଶୁଣାଣି ହୋଇଥିଲା । ପୀଡ଼ିତାଙ୍କ ଘରୁ ମେକ୍ଅପ୍ ସାମଗ୍ରୀ ମିଳିବାକୁ ନେଇ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ ଯେ, ଜଣେ ବିଧବା ମହିଳାଙ୍କ ପାଇଁ ମେକଅପ୍ ଆବଶ୍ୟକ ନାହିଁ ।ଏଭଳି ମନ୍ତବ୍ୟ ନ୍ୟାୟପାଳିକାଠାରୁ ଆଶା କରାଯାଉନଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।

୧୯୮୫ର ଏକ ହତ୍ୟା ମାମଲାରେ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ । ପାଟନାର ମୁଙ୍ଗେର୍ରେ ଜଣେ ମହିଳାଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ପାଟନା ହାଇକୋର୍ଟ ଏହି ମାମଲାରେ ୫ ଜଣଙ୍କୁ ଦଣ୍ଡିତ କରିଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ସେହିପରି ଅନ୍ୟ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଥିଲେ ।

ଶୁଣାଣି ସମୟରେ ପୀଡ଼ିତାଙ୍କ ଘରୁ ମିଳିଥିବା ମେକ୍ଅପ୍ ସାମଗ୍ରୀକୁ ପ୍ରମାଣ ଭାବରେ ପାଟନା ହାଇକୋର୍ଟ ଗ୍ରହଣ କରିଥିବାରୁ ଏହା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଜଣେ ବିଧବା ମହିଳା ମଧ୍ୟ ସେହି ଘରେ ରହୁଥିଲେ। ପାଟନା ହାଇକୋର୍ଟଙ୍କ ଅନୁସାରେ, ମେକ୍ ଅପ୍ ସାମଗ୍ରୀ ବିଧବା ମହିଳାଙ୍କର ହୋଇ ନଥିବ, କାରଣ ତାଙ୍କୁ ମେକ୍ଅପ୍ ଦରକାର ନାହିଁ । ସୁପ୍ରିମକୋର୍ଟ ପାଟନା ହାଇକୋର୍ଟଙ୍କ ଏହି ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହାସହ ପ୍ରମାଣ ଅଭାବ ଥିବା ଦର୍ଶାଇ ସୁପ୍ରିମକୋର୍ଟ ସମସ୍ତ ୭ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Exit mobile version