
ନିଟ ପେପର ଲିକ୍ ମାମଲାକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଥିଲା ।ଏହି ସମ୍ପର୍କରେ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।ସୁପ୍ରିମକୋର୍ଟ ଶୁଣାଣି କରିବା ସହିତ କହିଛନ୍ତି କୌଣସି ବଡ଼ଧରଣ ପ୍ରଶ୍ନପତ୍ର ଲିକ୍ ହୋଇନଥିବା ଜଣା ପଡିଛି।କେବଳ ପାଟଣା, ହଜାରୀବାଗରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି ।ପୂର୍ବରୁ ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ, କହିଥିଲେ କି ଯଦି ପୁନଃ ପରୀକ୍ଷା ହୁଏ ତାହାଲେ ୨୪ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ଏହା କ୍ଷତି ପହଞ୍ଚାଇବ ।ସେଥିପାଇଁ କୋର୍ଟ ଏହି ସମ୍ପର୍କରେ ରାୟ ଘୋଷଣା ନକରି ସଂରକ୍ଷିତ ରଖିଥିଲେ ।
ତେବେ ଆଗାମୀ ଦିନରେ ତ୍ୱରିତ ପଦକ୍ଷେପ ନିଆଯିବା ସହିତ ପରୀକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବ ବୋଲି କହିଛନ୍ତି ।ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ କୁ ରୋକିବା ପାଇଁ ଏସଓପି ପ୍ରସ୍ତୁତ କରିବା ସହିତ ଏନଟିଏ କୁ ନିର୍ଦେଶ ଦେଇଛନ୍ତି ।ଏହି ରାୟକୁ ନେଇ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ କହିଛନ୍ତି ।