Site icon UTKAL PRATIDIN

ମହଙ୍ଗା ହେବ ଚିନି; ଉତ୍ପାଦନରେ ୯ ପ୍ରତିଶତ ହ୍ରାସ

2

ନୂଆଦିଲ୍ଲୀ: ଆଗକୁ ବଢିପାରେ ଚିନି ମୂଲ୍ୟ। କାରଣ ଚିନି ଉତ୍ପାଦନରେ ହ୍ରାସ ଦେଖା ଦେବ ବୋଲି ଆଶଙ୍କା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷରେ ଚିନି ଉତ୍ପାଦନ ହ୍ରାସ ହେବ ବୋଲି ନ୍ୟାସ୍‌ନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ଫେଡେରେସନ(NFCSF) ଅନୁମାନ କରିଛି। ପୂର୍ବରୁ ଚଳିତ ବର୍ଷରେ ଚିନି ଉତ୍ପାଦନ ୩.୫୫କୋଟି ଟନ୍ ହେବାର ଆକଳନ କରାଯାଇଥିଲା ହେଲେ ଏବେ ଉତ୍ପାଦନରେ ହ୍ରାସ ହୋଇ ୩.୨୭ କୋଟି ଟନ୍‌ ହେବ ବୋଲି NFCSF କହିଛି ।

୨୦୨୧-୨୨ ବର୍ଷ ଠାରୁ ଚଳିତ ବର୍ଷ ତିନି ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ହେଇପାରେ। ୨୦୨୧-୨୨ରେ ଚିନ ଉତ୍ପାଦନ ୩.୫୯ କୋଟି ଟନ ଥିଲା। ଏଥର ମାତ୍ର ୩.୨୭ କୋଟି ଟନ୍ ହେବ ବୋଲି ଆକଳନ କରାଯାଉଛି। ଏନ୍‌ଏଫ୍‌ସିଏସ୍‌ଏଫ୍‌ର ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୩୦ ସୁଦ୍ଧା ଦେଶରେ ୫୩୧ ଚିନି ମିଲ୍‌ରେ ୩ କୋଟି ୨୦.୩ ଲକ୍ଷ ଟନ ଚିନ ଉତ୍ପାଦନ ହୋଇସାରିଛି।

ଦେଶରେ ୫୩୧ ମିଲ୍ ମଧ୍ୟରେ ୬୭ ମିଲ୍ ଏବେ ଚାଲୁଅଛି। ଏନ୍‌ଏଫ୍‌ସିଏସ୍‌ଏଫ୍‌ ଅଧ୍ୟକ୍ଷ ଜୟପ୍ରକାଶ ଦାଣ୍ଡେଗାଓଁକର କହିଛନ୍ତି ଯେ ବର୍ତ୍ତମାନର ଉତ୍ପାଦନକୁ ହାରକୁ ଦେଖିଲେ ଲାଗୁଛି ଯେ ମେ ମାସ ସୁଦ୍ଧା ଚିନି ଉତ୍ପାଦନ ୩.୨୭ କୋଟି ଟନ ହେବ ବୋଲି ଅନୁମାନ ରହିଛି। ଏହା ବାଦ ୪୫ ଲକ୍ଷ ଟନ ଚିନି ଶିରାଖୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରାଯିବ ବୋଲି ଅନୁମାନ କରାଯାଉଛି। ଦେଶରେ ଚଳିତ ବର୍ଷର ଆଖୁ ଓ ଚିନି ଉତ୍ପାଦନକୁ ହିସାବ କରି ଏନ୍‌ଏଫ୍‌ସିଏସ୍‌ଏଫ୍‌ ଏହି ଆକଳନ କରିଛି ବୋଲି ଜୟପ୍ରକାଶ କହିଛନ୍ତି।

ଏପଟେ ଯଦି ଚିନିର ମୂଲ୍ୟକୁ ଦେଖିବା ତେବେ ଗତ ମାସକରେ ଚିନ ମୂଲ୍ୟରେ କେଜି ପ୍ରତି ୧.୫୦ ଟଙ୍କା ବୃଦ୍ଧି ପାଇଛି। ମାସକ ପୂର୍ବରୁ ଚିନ ୪୧ ଟଙ୍କାର ମିଳୁଥିବା ବେଳେ ବର୍ତ୍ତମାନ ଚିନ ମୂଲ୍ୟ ୪୨.୫୦ ଟଙ୍କାରେ ମିଳୁଛି। ଖୁଚୁରା ବଜାରରେ ବି ଚିନି ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଆଉ ଚିନିର ମୂଲ୍ୟ ବଢିବା ମାନେ ବିସ୍କୁଟ୍ ଠାରୁ ଆରମ୍ବ କରି ଚୋକୋଲେଟ, କୋଲ୍ଡ ଡ୍ରିଙ୍ଗ୍ସ ଓ ମିଠା ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟ ବି ବଢ଼ିବ।

Exit mobile version