Site icon UTKAL PRATIDIN

ସୁଦର୍ଶନଙ୍କ ବାଲୁକା କଳାରେ ଟ୍ରମ୍ଫଙ୍କୁ ଶୁଭେଚ୍ଛା

tr-1

ଡୋନାଲ୍ଡ ଟ୍ରମ୍ପ ଆମେରିକା ଇତିହାସରେ ଆଣିଛନ୍ତି ବଡ ପରିବର୍ତ୍ତନ ।ଆମେରିକା ରାଷ୍ଟ୍ରପତିି ନିର୍ବାଚନରେ ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ବିପୁଳ ବିଜୟ ହାସଲ କରିଛନ୍ତି। ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ବାଲିରେ ତିଆରି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିତ୍ର।ଆମେରିକା ରାଷ୍ଟ୍ରପତିି ନିର୍ବାଚନରେ ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ବିପୁଳ ବିଜୟ ହାସଲ କରିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯିଏ କି ୪ ବର୍ଷର ବ୍ୟବଧାନ ପରେ ଦମଦାର ବିଜୟ ସହିତ ପୁନଃନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କରିଛନ୍ତି କମଳା ହାରିସ୍।

ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି।

Exit mobile version