ତିନିଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶର ଗ୍ୱାଲିଅର୍ରେ ଜନ୍ମ ଗ୍ରହଣ କରିଥିଲେ। ୧୯୨୪ ଡିସେମ୍ବର ୨୫ରେ ତାଙ୍କ ଜନ୍ମ ହୋଇଥିଲା । ବାଜପେୟୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୨୦୧୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ରେ ସମ୍ମାନୀତ କରାଯାଇଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସିଦ୍ଧ କାହାଣୀ ରହିଛି । ସେହିପରି ଏକ ରୋଚକ ଘଟଣା ବିଷୟରେ ଆସନ୍ତୁ ଜାଣିବା । ୧୯୮୪ ମସିହା । ଲୋକସଭା ନିର୍ବାଚନରେ ଅଟଳବିହାରୀ ବାଚପେୟୀ ଗ୍ୱାଲିଅର ଆସନରୁ ବିଜେପି ଟିକେଟରେ ଛିଡା ହୋଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ମାଧବରାଓ ସନ୍ଦିଆଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଯେଉଁଥିରେ ସେ ହାରିଯାଇଥିଲେ । ହେଲେ ହାରିବା ପରେ ସେ ଦୁଃଖି ନହୋଇ ବହୁତ ଜୋର୍ ରେ ହସିଥିଲେ ।
ଯେତେବେଳେ ଏହି ହସର କାରଣ ତାଙ୍କୁ ପଚରା ଗଲା, ସେତେବେଳେ ସେ କହିଥିଲେ ମୋ ପରାଜୟ ପାଇଁ ମୁଁ ଦୁଃଖିତ ନୁହେଁ । ମୁଁ ଖୁସି ଯେ ମା-ପୁଅ ବିଦ୍ରୋହକୁ ରାସ୍ତାକୁ ଆସିବା ବନ୍ଦ କରିଦେଲି । ଯଦି ମୁଁ ଗ୍ୱାଲିଅରରୁ ପ୍ରତିଦ୍ୱନ୍ଦିତା କରି ନଥାନ୍ତି ତେବେ ରାଜମାତା ମାଧବରାଓ ସିନ୍ଧିଆ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଥାନ୍ତେ । ମୁଁ ଏହା ଚାହୁଁ ନଥିଲି ।