
ଭୁବନେଶ୍ୱର: ଖୁବଶୀଘ୍ର ଲାଗୁ ହେବ ସୁଭଦ୍ରା ଯୋଜନା | ପ୍ରସ୍ତୁତ ହେଉଛି ଏସ୍ଓପି | କେମିତି ସହଜରେ ଲୋକେ ଆବେଦନ କରି ପାରିବେ ସେ ନେଇ ପ୍ରସ୍ତୁତି ଚାଲିଛି | ଆଜି ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା|
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି, ସେପ୍ଟେମ୍ବର ୧୭ ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି | ଏଥିପାଇଁ ଲୋକେ କେମିତି ସହଜରେ ଆବେଦନ କରାଯାଇପାରିବ ସେ ନେଇ ମତାମତ ସଂଗ୍ରହ କରାଯାଉଛି | ମତାମତ ସଂଗ୍ରହ କରାଯିବ ପରେ ସୁଭଦ୍ରା SOP ସାର୍ବଜନୀନ କରାଯିବ | ଏହି ଯୋଜନାରେ କିଏ ଟଙ୍କା ପାଇବେ, କିଏ ପାଇବେନି ତାର ଚିତ୍ର ମଧ୍ୟ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ |
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ଏ ଯୋଜନା ବିଜେପି ସରକାର ଲାଗୁ କରିଛନ୍ତି | ୫୦ ପ୍ରତିଶତ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଯୋଜନାର ଲକ୍ଷ୍ୟ | ଯଦିଓ ଏହି ଯୋଜନା ପାଇଁ SOP ପ୍ରସ୍ତୁତ କରାଯାଇଛି ତଥାପି ଡାକୁ ଆହୁରି ସରଳ ଓ ତ୍ରୁଟିଶୂନ୍ୟ ହେବ ସେଥିପାଇଁ ପ୍ରସ୍ତୁତି ଚାଲିଛି | ସବୁ ବର୍ଗ ଲୋକଙ୍କ ମତାମତ ନିଆ ଯାଉଛି | ମତାମତ ପରେ ଆବଶ୍ୟକ ପଡିଲେ ଏହାକୁ ସଂଶୋଧନ କରାଯାଇ ସାର୍ବଜନୀନ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା |