Site icon UTKAL PRATIDIN

ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା

Capture

ଭୁବନେଶ୍ଵର: ସୁଭଦ୍ରା ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ଅର୍ଥାତ୍ ମାର୍ଚ୍ଚ ୮ ପୂର୍ବରୁ ସୁଭଦ୍ରା ଯୋଜନାରେ ପାଖା ପାଖି ୧କୋଟି ମହିଳା ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ସୁଭଦ୍ରାରେ ୯୮ ଲକ୍ଷ ମହିଳା ସାମିଲ ହୋଇସାରିଛନ୍ତି । ଡ଼ିବିଟି ମାଧ୍ୟମରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

୩୨ ତମ ମହିଳା ଆୟୋଗ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସୁଭଦ୍ରା ଯୋଜନା ବିଷୟରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯେଉଁ ଯୋଗ୍ୟ ମହିଳାମାନେ ଏଥିରୁ ବାଦ ପଡିଛନ୍ତି ଅବା ତାଙ୍କର ନାମ କଟିଯାଇଛି ସେମାନଙ୍କ ନାମ ଆଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କିମ୍ବା ଜିଲ୍ଲା ତାଲିକାରେ ଅଛି । ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନେ ବ୍ଲକରେ ଯାଇ ସୁଭଦ୍ରା କମିଟିକୁ ଭେଟି ଆବେଦନ କରନ୍ତୁ ସୁଭଦ୍ରା ଯୋଜନାରେ ସେମାନଙ୍କୁ ପୁଣି ଯୋଡ଼ି ଦିଆଯିବ । ଯେଉଁ ମହିଳାଙ୍କ ଡି଼ବିଟି ଆକାଉଣ୍ଟ ନାହିଁ ସେମାନେ ବ୍ୟାଙ୍କ ଯାଇ ତୁରନ୍ତ ଅପଡେଟ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

Exit mobile version