ଭୁବନେଶ୍ଵର: ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ୨ୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ୧ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଛନ୍ତି, ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାସନ କାର୍ଡ ଫେରାଇଛନ୍ତି । କିଏ ଗାଡ଼ି କିଣିଛନ୍ତି ତ କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି । ଏନେଇ ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯିବ । ତେବେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ବିତୀୟ କିସ୍ତି ପାଇବେ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ହେଉଥିବ ସେମାନେ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ଦ୍ୱିତୀୟ କିସ୍ତି । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସରକାରଙ୍କ ସୂଚନା ଅନୁସାରେ,୧ କୋଟି ୬୪ ହଜାର ମହିଳା ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ମାର୍ଚ୍ଚ ୮ରେ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଥିଲା,ସେଥିରେ ୧ ଲକ୍ଷ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅର୍ଥାତ୍ ୯୯ ଲକ୍ଷ ୬୪ ହଜାର ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି ।
ସେପଟେ ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟା ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏହା ପରେ ଆଉ ସୁଭଦ୍ରା ପାଇଁ ଆବେଦନ କରିହେବ ନାହିଁ। ମାର୍ଚ୍ଚ ୩୧ ପରେ ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ସୁଭଦ୍ରା ଅଧିକାରୀ । ଫିଲ୍ଡ ଭେରିଫିକେସନ ପରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଏକ ସାଙ୍ଗରେ ସୁଭଦ୍ରାର ତିନୋଟି କିସ୍ତି ପାଇବେ।