Site icon UTKAL PRATIDIN

ସୁଭଦ୍ରା ଯୋଜନାକୁ ନେଇ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ

Subhadra-Yojana

ନିଜ ବଚନ ରକ୍ଷା କରିବାରେ ଫେଲ୍ ମାରିଛନ୍ତି ମୋହନ ସରକାର । ପ୍ରତିଶ୍ରୁତି ଦେଇଥିଲେ ଗୋଟେ ଆଉ ଦେବା ବେଳକୁ ଅଲଗା । କହିଥିଲେ 50 ମିଳିଲା 5 । ସୁଭଦ୍ରା ଏସଓପିକୁ ନେଇ ସାଧାରଣରେ ବଢିଲା ଚର୍ଚ୍ଚା । ଆଉ ଓଡିଶା ରଜନୀତିରେ ସୃଷ୍ଟି ହେଲା ଝଡ । କାରଣ କମ କଥା କହୁଥିବା ନବୀନ ପଟ୍ଟନାୟକଙ୍କ ଲମ୍ବା ଚଉଡା ପୋଷ୍ଟ ଦେଖି ଡରିଯାଇଛନ୍ତି ପଦ୍ମ ଦଳୀୟ ନେତା । ନବୀନଙ୍କ ଗର୍ଜନରେ ରାଜ୍ୟ ବିଜେପି ଥରହର ହୋଇଉଠିଛି ।

ସୁଭଦ୍ରା ଯୋଜନା ନେଇ ମୋହନ ସରକାରର ବଡ ଘୋଷଣା ପରେ, ଏହାକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସରେ ପୋଷ୍ଟ ସେୟାର କରି ନବୀନ ଲେଖିଛନ୍ତି, ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ସେମାନେ ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା ଦେବେ ବୋଲି, ହେଲେ ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା ।

ସବୁ ମହିଳା ଏହି ଯୋଜନାର ଲାଭ ପାଇବେ ବୋଲି କହିଥିଲେ, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଖାଲି ସେତିକି ନୁହେଁ, ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା।

କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବାର ମାନେ କଣ । ବିଜେପିର ଗ୍ୟାରେଣ୍ଟି ଏକ ଧୂଆଁବାଣ ରେ ପରିଣତ ହୋଇଛି ବୋଲି କହିଛନ୍ତି ନବୀନ ।

ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି। ଏହା କେଉଁ କାମରେ ଲାଗିବ ବୋଲି ଉଠିଛି ପ୍ରଶ୍ନ ? ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ ବୋଲି ନବୀନ କହିଛନ୍ତି ।

ସୂଚନାଅନୁସାରେ ମୋହନ ସରକାର ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଛନ୍ତି । ଯେଉଁଥିରେ ମହିଳାଙ୍କୁ ବର୍ଷକୁ ଦୁଇଥର ଲେଖାଏଁ ୫ ହଜାର ଟଙ୍କା ଦିଆଯିବ । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ଟଙ୍କା ଦିଆଯିବ । ରାଜ୍ୟର ୨୧ ବର୍ଷରୁ ଉର୍ଦ୍ଧ ଓ ୬୦ ବର୍ଷରୁ କମ୍ ବର୍ଷର ମହିଳାମାନେ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ଘୋଷଣା କରାଯାଇଛି ।

Exit mobile version