Site icon UTKAL PRATIDIN

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ

IMAGE_1725681148

ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିର ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଛି ।କିଛି ମହିଳାଙ୍କୁ ଏହି ଟଙ୍କା ମିଳିଥିବା ବେଳେ କିଛି ମହିଳା ଏଥିରୁ ବଞ୍ଚିତ ହୋଇଛନ୍ତି ।ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ କହି ଅସ୍ବସ୍ତି ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଫୋନ କରି ସଠିକ ପରାମର୍ଶ ଦିଆଯିବ ।ଶେଷ ହିତାଧିକାରୀଙ୍କୁ ନିକଟରେ ସୁଭଦ୍ରା ଟଙ୍କା ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି। ସମସ୍ତଙ୍କ ନିକଟରେ ସୁଭଦ୍ରା ଟଙ୍କା ପହଞ୍ଚିବ । ଧୀରେ ଧୀରେ ଆଉ ଏକ ପାର୍ଯ୍ୟୟ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଟଙ୍କା ତାରିଖ ଠିକଣା ସମୟରେ ଘୋଷଣା ହେବ।

Exit mobile version