Site icon UTKAL PRATIDIN

ଏସଏଚଜି ମହିଳାଙ୍କ ପାଇଁ ଖୁସି ଖବର, ଆସନ୍ତାକାଲିଠୁ ସୁଭଦ୍ରା ଶକ୍ତି ମେଳା

prabhati-parida-697x430

ଭୁବନେଶ୍ଵର: ସୁଭଦ୍ରା ଯୋଜନା ପରେ ମହିଳାମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ରାଜ୍ଯ ସରକାର । ଏବେ ସୁଭଦ୍ରା ଯୋଜନା ପରେ ମହିଳା ମାନଙ୍କ ପାଇଁ ସରକାର ଆଣିଛନ୍ତି ସୁଭଦ୍ରା ଶକ୍ତି ମେଳା । ଏହି ମେଳା ରେ ମିଶନ ଶକ୍ତି ମାଆ ମାନେ ଯୋଗ ଦେବେ । ଏହି ମେଳାର ନାମ ସୁଭଦ୍ରା ଶକ୍ତି ମେଳା ରଖାଯାଇଥିବା ବେଳେ ଆସନ୍ତାକାଲିଠୁ ଏହା ଆରମ୍ଭ ହେବ ।

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଶନିବାରରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ରାଜ୍ୟବ୍ୟାପୀ ଏସ୍‌ଏଚ୍‌ଜି ମହିଳା ଏହି ମେଳାରେ ସାମିଲ୍‌ ହେବେ । ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବ । ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ଏହା ନୂଆ ରାସ୍ତା ଦେଖାଇବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ ହେବ ।

ମିଲେଟ୍ ଭିତ୍ତିକ ଖାଦ୍ୟ ସହ ମହିଳାଙ୍କ ହାତ ତିଆରି ଖାଦ୍ୟ ପଦାର୍ଥ ଖାଇବାକୁ ମିଳିବ । ଏହା ସହ ରାଜ୍ୟବ୍ୟାପୀ ଅଂଶଗ୍ରହଣ ଓ ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଆଞ୍ଚଳିକ ମେଳା ଆୟୋଜନ ହେବ ।  ଏହି ୯ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ।

Exit mobile version