
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯାଇଛି ।ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ପ୍ରଦାନ କରାଯାଇଛି ।
ବାକି ରହିଥିବା ମହିଳାଙ୍କୁ ଡ଼ିସେମ୍ବରରେ ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଜୁଲାଇ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଏବେ ପର୍ଯ୍ୟନ୍ତର ୬୦ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବା ବେଳେ ଆଜି ଆଉ ୨୦ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି । ଏଥିସହିତ ଏହା ମୋଟ ୮୦ ଲକ୍ଷ ଛୁଇଁଛି ।
ତେବେ ଏବେ ପର୍ଯ୍ୟନ୍ତ ମୋଟ ୧ କୋଟି ୧୬ ଲକ୍ଷ ମହିଳା ଆବେଦନ କରିଥିବା ବେଳେ ଏଥିରୁ ମୋଟ ୨ ଲକ୍ଷ ୬୭ ହଜାର ଆବେଦନ ବାଦ୍ ପଡିଛି । ସେଗୁଡିକୁ ଆଜି ସମୀକ୍ଷା କରାଯାଇ ଆଜି କିସ୍ତିରେ ଏହାର ୨୫ ପ୍ରତିଶତଙ୍କୁ ସାମିଲ କରାଯାଇଥିବା ବେଳେ ଆସନ୍ତା ଡିସେମ୍ବରରେ ବଳକା ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।