ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର । ଦଶହରାରେ ମହିଳାଙ୍କୁ ମିଳିବ ସୁଭଦ୍ରା ସୁଭଦ୍ରା ଭେଟି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ। ସିଧାସଳଖ ଆକାଉଣ୍ଟକୁ ୯ ତାରିଖ ୧୨ଟା ସୁଦ୍ଧା ଟଙ୍କା ପହଞ୍ଚିବ।
NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା। କମ ଦିନ ଭିତରେ ଏକ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ଅତି ସୌଭାଗ୍ୟର କଥା ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଅକ୍ଟୋବର ୭ ତାରିଖ ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି।