Site icon UTKAL PRATIDIN

ଆଜିଠାରୁ ଦାଖଲ ହେବ ସୁଭଦ୍ରା ଫର୍ମ

WhatsApp-Image-2024-09-03-at-11.13.04-AM-750x430

ଆଜିଠାରୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ ଆରମ୍ଭ ହେବ । ହିତାଧିକାରୀମାନେ ମୋ ସେବା ବା ଜନ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବାର ବ୍ୟବସ୍ଥା ରହିଛି। ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି, ଏମବିସି, ସହଯୋଗ କରିବେ ।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଗାଇଡ୍‌ଲାଇନ୍ ଜାରି କରାଯାଇଛି ଯେଉଁଥିରେ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ।ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଗାଇଡ୍‌ଲାଇନ୍ ଜାରି କରାଯାଇଛି ଯେଉଁଥିରେ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ ।

ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ ।ସୁଭଦ୍ରା ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୪୬୭୮ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସୁଭଦ୍ରା ଯୋଜନାରେ ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ।

Exit mobile version