ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ କର୍ମଚାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଶ୍ରୀ ପ୍ରଦୀପ କୁମାର ରଥଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।ଏକକାଳୀନ ୧୨ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ ବିଭାଗ ।ବର୍ତ୍ତମାନ ସୁଦ୍ଧା କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ରେଡ୍ ଜାରି ରହିଛି।ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ ଚାଲିଛି। ଭଦ୍ରକରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ୱର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।