
ଭୁବନେଶ୍ଵର: ସୋସିଆଲ୍ ମିଡିଆରେ ଟ୍ରେଣ୍ଡରେ ଚାଲିଛି ‘ଘିବଲି ଆର୍ଟ ଆନିମେସନ୍’ । ଏଆଇ ପ୍ଲାଟଫର୍ମ ଚାଟଜିପିଟି ଜରିଆରେ ସୋସିଆଲ୍ ମିଡିଆ ୟୁଜର୍ସ ଏହି ଆନିମେସନର ଫଟୋ ପ୍ରସ୍ତୁତ କରି ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ୍ କରୁଛନ୍ତି । ପୂର୍ବରୁ ଏହି ସୁବିଧା କେବଳ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲା କିନ୍ତୁ ବର୍ତ୍ତମାନ ଅନ୍ୟ ୟୁଜର୍ସ ମଧ୍ୟ ଫ୍ରିରେ ଏହି ସୁବିଧା ଉପଭୋଗ କରିପାରୁଛନ୍ତି ।
ନିକଟରେ ଓପନ୍ ଏଆଇ (Open AI)ର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ Ghibli ଷ୍ଟାଇଲିରେ ନିଜ ଏଆଇ ଫଟୋକୁ ପ୍ରୋଫାଇଲ ଫଟୋ ରହିଥିଲେ। କେବଳ ସିଏ ଏକା ନୁହଁନ୍ତି ବିଶ୍ୱର ସବୁଠୁ ବଡ଼ ଧନୀ ତଥା ଟେଲସାର ସିଇଓ ଏଲନ ମସ୍କ ମଧ୍ୟ ଏକ ଫଟୋକୁ Ghibli ଷ୍ଟାଇଲିରେ ଶେୟାର କରିଛନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ଏବେ Ghibli ଷ୍ଟାଇଲି ଟ୍ରେଣ୍ଡକୁ ଆପଣାଉଛନ୍ତି। ତେବେ ଏହି ମଜାଳିଆ ଆନିମେସନ୍ ଫଟୋ ତିଆରି କରିବା ପଛରେ କାହାର ହାତ ରହିଛି ? କୌତୁକିଆ ଫଟୋ ପ୍ରସ୍ତୁତିର ଆଇଡିଆ କେମିତି ଏବଂ କାହାକୁ ଆସିଲା ଆପଣ ଜାଣିଛନ୍ତି କି ?
ଷ୍ଟୁଡିଓ ଘିବଲି କ’ଣ?
ଷ୍ଟୁଡିଓ ଘିବଲି ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ ଯାହା ୧୯୮୫ ମସିହାରେ ମିଆଜାକି, ଇସାଓ ତାକାହାତା ଏବଂ ତୋଶିଓ ସୁଜୁକିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଆପଣଙ୍କୁ କହି ରଖୁଛୁ ଯେ, ଘିବଲି ନାମଟି ଇଟାଲୀୟ ଶବ୍ଦରୁ ଆସିଛି, ଯାହାର ଅର୍ଥ ସାହାରା ମରୁଭୂମିର ଗରମ ପବନ। ଏହି ନାମଟି ମିୟାଜାକିଙ୍କ ଇଟାଲୀ ଏବଂ ଉଡ଼ାଜାହାଜ ପ୍ରତି ପ୍ରେମରୁ ପ୍ରେରିତ ହୋଇଥିଲା। ହାୟାଓ ମିୟାଜାକି ହେଉଛନ୍ତି ଘିବଲିର ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ। ତାଙ୍କୁ “ଏସିଆର ୱାଲ୍ଟ ଡିଜନି” ବୋଲି ମଧ୍ୟ କୁହାଯାଏ।
ହାୟାଓ ମିଆଜାକି କିଏ?
ଆପଣଙ୍କୁ ଜଣାଇ ଦେଉଛୁ ଯେ, ହାୟାଓ ମିୟାଜାକି ଜାପାନର ଜଣେ ପ୍ରସିଦ୍ଧ ଆନିମେସନ୍ ନିର୍ଦ୍ଦେଶକ ଏବଂ ଷ୍ଟୁଡିଓ ଘିବଲିର ସହ-ପ୍ରତିଷ୍ଠାତା। ତାଙ୍କୁ “ଏସିଆର ୱାଲ୍ଟ ଡିଜନି” କୁହାଯାଏ। ୨୦୧୪ ମସିହାରେ ସେ ଓସ୍କାର ସମ୍ମାନଜନକ ପୁରସ୍କାର ପାଇଥିଲେ। ମିଆଜାକି AI ବ୍ୟବହାର କରି ସୃଷ୍ଟି ହୋଇଥିବା କଳାର ବିରୋଧୀ। ୨୦୧୬ରେ, ଯେତେବେଳେ ତାଙ୍କୁ AI ଦ୍ୱାରା ନିର୍ମିତ ଏକ ଆନିମେସନ୍ କ୍ଲିପ୍ ଦେଖାଯାଇଥିଲା, ସେ ଏହାକୁ “ଜୀବନର ଅପମାନ” ବୋଲି କହିଥିଲେ। ସେ କହିଥିଲେ ଯେ କୃତ୍ରିମ ଶାସ୍ତ୍ର କଳାକାରମାନଙ୍କୁ ବଦଳାଇ ପାରିବ ନାହିଁ। ଏହା କଳା ଏବଂ ଭାବନାର ଅପମାନ।
ମିଆଜାକିଙ୍କର ମୋଟ ସମ୍ପତ୍ତି କେତେ?
ମିୟାଜାକିଙ୍କର ମୋଟ ସମ୍ପତ୍ତିର କୌଣସି ସଠିକ୍ ଆକଳନ ନାହିଁ । ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୫୦ ମିଲିୟନ୍ ଡଲାର (ପ୍ରାୟ ୪୨୮ କୋଟି ଟଙ୍କା) । ଷ୍ଟୁଡିଓ ଘିବଲିର ଉତ୍ପାଦ ଏବଂ ଷ୍ଟ୍ରିମିଙ୍ଗ୍ ରାଇଟ୍ସରୁ ହେଉଥିବା ରୋଜଗାର ମିୟାଜାକିଙ୍କ ସମ୍ପତ୍ତିକୁ ବଢ଼ାଇବାରେ ବହୁତ ସାହାଯ୍ୟ କରିଛି ।