ସରକାରୀ ସ୍ତରରେ ହେଉଥିବା ପରୀକ୍ଷା ପାଇଁ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି ।ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ଷ୍ଟୁଡେଣ୍ଟ୍ ଏଗେନ୍ଷ୍ଟ କରପ୍ସନ ସଂଗଠନ ପକ୍ଷରୁ କଟକରେ ଗୁରୁବାର ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି।
ପରୀକ୍ଷା ବାତିଲ ଦାବି କରି ସଂଗଠନର ସଦସ୍ୟମାନେ କଟକ ନେତାଜୀ ବସ୍ ଟର୍ମିନାଲ ସମ୍ମୁଖରେ ଥିବା କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି।ସରକାରଙ୍କୁ ଏହି ପରୀକ୍ଷାକୁ ସମ୍ପୂର୍ଣ ବାତିଲ କରିବାକୁ ଅଭିଯୋଗ କରିବା ସହ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

