ବହୁ ପୁରାତନ କାଳରୁ ଶ୍ରୀମନ୍ଦିରରେ ରୋଷଘରେ ମାଟି କୁକୁଡାରେ ରନ୍ଧନ ପ୍ରକ୍ରିୟା ଚାଲି ଆସୁଥିବାବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି ।ଅଭିଯୋଗ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡ଼ୁ ନିଯୋଗ, ରୋଷପାଇକ ନିଯୋଗ ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରିବା ସହ ଲୁହା କଡ଼େଇ ଜବତ କରି ୭ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ଶ୍ରୀମନ୍ଦିର ସଂସ୍କୃତି ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଗୁରୁବାର କେତେକ ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଥିଲା ।