Site icon UTKAL PRATIDIN

୨୦୨୪ ପାଇଁ ରଣନୀତି ; ଫେରିବ କଂଗ୍ରେସ

2

ଓଡ଼ିଶା କଂଗ୍ରେସର ନୂଆ ଷ୍ଟ୍ରାଟେଜି। ଘର ଛାଡ଼ି ଚାଲିଯାଇଥିବା ନେତାଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ। ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ଯେଉଁଥିପାଇଁ ଦଳ ପ୍ରସ୍ତୁତି କରୁଛି ରଣନୀତି। ଦଳ ଫେରନ୍ତା ଆଶାୟୀଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଗମାଙ୍ଗ ପରିବାର। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ସ୍ତ୍ରୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଏଇ ମାସ ଶେଷ ସୁଦ୍ଧା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଶିଶିର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଗ୍ରୀନ ସିଗନାଲ୍‌ ମଧ୍ୟ ପାଇଥିବା କହିଛନ୍ତି।

ଗମାଙ୍ଗ ପରିବାର ପରି ଆଉଜଣେ BRS ନେତା ଜୟରାମ ପାଙ୍ଗି କଂଗ୍ରେସରେ ଖୁବ୍‌ ଶୀଘ୍ର ଯୋଗଦେଇପାରନ୍ତି। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି, ବିଆରଏସ୍‌ ଓଡ଼ିଶା ଫେଲ୍ ମାରିବା ପରେ ରାଜନୈତିକ କ୍ୟାରିୟର ପାଇଁ କଂଗ୍ରେସକୁ ଯାଇପାରନ୍ତି। କେବଳ ଏହି ନେତାମାନେ ନୁହଁନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଫେରୁଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ମୁହାଁ ନେତା ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି।

କେବଳ ଯେ ପୁରୁଣା ନେତାଙ୍କୁ ଫେରାଯିବ ତା’ନୁହେଁ ସସ୍‌ପେଣ୍ଡ ହୋଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ଖୁବ ଶୀଘ୍ର ନିଲମ୍ବନ ହଟିପାରେ। ଏନେଇ କିଛି ନେତା ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ସାରା ରାଜ୍ୟରେ କିପରି ଦଳ ମଜବୁତ ହେବ ସେଥିଲାଗି ପ୍ରୟାସ ଚାଲି।

Exit mobile version