ଭୁବନେଶ୍ଵର: ଆପଣ ସାଧାରଣତଃ ଇଗଲ ବିଷୟରେ ପୂର୍ବରୁ ଶୁଣିଥିବେ। ଆଉ ଏହା ବି ଜାଣିଥିବେ ଯେ ଇଗଲର ଆୟୁଷ ୭୦ ବର୍ଷ। କିନ୍ତୁ ଏହି ୭୦ ବର୍ଷ ମଧ୍ୟରେ ଇଗଲ ଦୁଇଥର ଜନ୍ମ ନେଇଥାଏ ଅର୍ଥାତ ଇଗଲର ପୁର୍ନଜନ୍ମ ହୋଇଥାଏ। ଇଗଲ ଜୀବନରେ ଅନେକ କଠିନ ସମସ୍ୟାକୁ ସାମ୍ନା କରିଥାଏ। ତାହାର ପଞ୍ଝା ୪୦ ବର୍ଷ ପର୍ଯ୍ୟନ୍ତ ଭଲଭାବେ କାମ କରିପାରିଥାଏ। ଆଉ ୪୦ ବର୍ଷ ପରେ ଇଗଲର ପଞ୍ଝା ଦୁର୍ବଳ ହୋଇଯାଏ ଶିକାରକୁ ଧରିବାରେ ଅସମର୍ଥ ହୋଇପଡେ।
ଏହାର ଲମ୍ବା ଏବଂ ତୀକ୍ଷଣ ଥଣ୍ଟ ମଧ୍ୟ ଅଧିକ ମୋଡି ହୋଇଯାଏ। ଡେଣା ବା ପଞ୍ଝା ଅଧିକ ଭାରି ହୋଇଯାଏ ଏବଂ ଇଗଲର ଛାତି ଚିପଚିପା ହୋଇଯାଏ। ଏମିତିରେ ଇଗଲକୁ ଉଡିବାରେ ବହୁତ ସମସ୍ୟା ହୋଇଥାଏ ଆଉ ଶିକାରକୁ ଧରିବାରେ କଷ୍ଟକର ହୋଇପଡେ। ଏମିତି ପରିସ୍ଥିତିରେ ଇଗଲ ପାଖରେ କେବଳ ଦୁଇଟି ରାସ୍ତା ଥାଏ । ପ୍ରଥମତଃ ତାକୁ ଯାହା ଯେତେବେଳେ ଖାଦ୍ୟ ମିଳିବ ତାକୁ ଖାଇବ ନଚେତ ତାକୁ ନିଜକୁ ପୁର୍ନବାର ଗଢ଼ି ତୋଳିବାକୁ ହେବ। କଠିନ ରାସ୍ତା ବାଛିଥିବା କାରଣରୁ ଇଗଲକୁ ୫ ମାସ ପଯ୍ୟର୍ନ୍ତ ଅନେକ ପ୍ରକାର କଷ୍ଟ ସହିବାକୁ ପଡିଥାଏ।
ନିଜକୁ ପୁର୍ନବାର ପୂର୍ବଭଳି ଗଢ଼ି ତୋଳିବା ପାଇଁ ଇଗଲ ଏକ ଉଚ୍ଚ ଚଟାଣକୁ ଚାଲିଯାଏ। ସେଠାରେ ବସା ବନାଇ ରହି ନିଜର ପରିବର୍ତ୍ତନ ପ୍ରକ୍ରିୟାରେ ଚଟାଣରେ ନିଜର ଥଣ୍ଟକୁ ବାରମ୍ବାର ଘସି ତାକୁ ଭାଙ୍ଗିଦେଇଥାଏ। ଗୋଟେ ପକ୍ଷୀ ପାଇଁ ତାର ଥଣ୍ଟକୁ ଭାଙ୍ଗିବା ଠାରୁ ଅଧିକ କଷ୍ଟ ଆଉ କିଛି ହୋଇପାରେ ନା। ଏହାପରେ ଇଗଲ ନିଜର ପଞ୍ଝାକୁ ଭାଙ୍ଗି ଦେଇଥାଏ। ଏବଂ ଶେଷରେ ଭାରି ହୋଇଯାଇଥିବା ଡେଣାକୁ ବାଡେଇ ବାଡେଇ ଫୋପାଡି ଦେଇଥାଏ।
ଏହି ଯନ୍ତ୍ରଣାଦାୟକ କଷ୍ଟଦାୟକ ପ୍ରକ୍ରୀୟାକୁ ପୂରା କରିବା ପାଇଁ ଇଗଲକୁ ପୂରା ୫ ମାସ ଅପେକ୍ଷା କରିବାକୁ ପଡିଥାଏ। ଏହି ପାଞ୍ଚ ମାସ ବହୁ କଠିନ ସମସ୍ୟାକୁ ସାମ୍ନା କରିବା ପରେ ଇଗଲ ନୂଆ ଜୀବନ ପାଇଥାଏ। ଏହାପରେ ସେ ପୁଣି ଥରେ ପୂର୍ବଭଳି ଶିକାର କରିପାରିଥାଏ, ମନପସନ୍ଦର ଭୋଜନର ଆନନ୍ଦ ନେଇଥାଏ। ପୁର୍ନଜନ୍ମ ପାଇବା ପରେ ଇଗଲ ଆହୁରି ୩୦ ବର୍ଷ ଭଲରେ ବଞ୍ଚିପାରିଥାଏ।