Site icon UTKAL PRATIDIN

ପୁଣି ବଡ଼ଦେଉଳୁ ଖସିଲା ପଥର; ଦକ୍ଷିଣ ଘର ଉପର ଅଂଶର ମରାମତି କରିଥିଲା ASI

main-qimg-5c14983a8b32bd12433131e51a0745a6-lq

ପୁରୀ: ବଡଦେଉଳରୁ ଖସିଲା ପଥର। ବଡଦେଉଳକୁ ଲାଗି ଥିବା ବରାହ ମନ୍ଦିରରୁ ଖସିଲା ପଥର। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ମିଳିଛି ସୂଚନା । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି। ତେବେ ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ମିଳିଛି l ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।

ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବାବେଳେ, ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ବଡ ଦେଉଳରୁ ଖସିଥିବା ପଥରଟିକୁ ଶ୍ରୀମନ୍ଦିରର କମାଣ୍ଡର ସଂଗ୍ରହ କରି ରଖିଛନ୍ତି। ଏନେଇ ଏଏସଆଇକୁ ସୂଚନା ଦେଇଛନ୍ତି। ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର।

ସୂଚନା ଅନୁଯାୟୀ, ପଶ୍ଚିମ-ଦକ୍ଷିଣ କୋଣ ବରାହ ମନ୍ଦିର ନିକଟ ଏକାଦଶୀ ମନ୍ଦିର ଉପରେ ପଥର ଖଣ୍ଡ ଖସିଛି। ନିକଟରେ ଶ୍ରୀମନ୍ଦିରର ଏହି ପାର୍ଶ୍ୱରୁ କିଛି ପଥର ବଦଳାଯାଇ ନୂଆ ପଥର ଲାଗିଥିଲା।

ମାଙ୍କଡ଼ମାନେ ଚଢ଼ିବା ଯୋଗୁ ଏହି ପଥର ଖସିଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Exit mobile version