Site icon UTKAL PRATIDIN

ରାଜ୍ୟ ଅଙ୍ଗନୱାଡ଼ି ସମସ୍ୟା ର ହେବ ସମାଧାନ

WhatsApp Image 2023-09-14 at 20.23.47

ଭୁବନେଶ୍ୱର (୧୩-୦୯-୨୦୨୩) : ଆଜି ସକାଳ ୧୦ ଘଟିକା ସମୟରେ ୟୁନିଟ-୬ ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଠାରୁ ଅଲ ଓଡିଶା ଅଙ୍ଗନ ୱାର୍ଡି କର୍ମୀ ଓ ସହାୟିକା ସାମୁଖ୍ୟର ୧୫ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ରାଜ୍ୟ ସଭା ନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡା ସଭାପତିତ୍ୱ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ମଞ୍ଜୁଲତା ଦାସ ବିବରଣୀ ପାଠ କରିଥିଲେ ।

ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥିବା ବେଳେ ସଂମ୍ମାନୀୟ ଅତିଥିଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷା ଶ୍ରୀମତୀ ଶ୍ରିମୟୀ ମିଶ୍ର, ବିଜୁ ଜନତା ଦଳର ଉପଦେଷ୍ଠା ଶ୍ରୀ ଦୁର୍ଗା ସାମନ୍ତ ରାଏ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ କଟକ ମେୟର ତଥା ବିଜୁ ଶ୍ରମିକ ସାମୁଖ୍ୟର ମହା ସଚିବ ମାନ୍ୟବର ଶ୍ରୀ ସୁବାସ ସିଂ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ, କେନ୍ଦ୍ର ସରକାର ବୈମାତୁକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଅଙ୍ଗନବାଡି ଭଉଣୀ ମାନଙ୍କ ପ୍ରତି ୬୦ ଭାଗ ଏବଂ ୪୦ ଭାଗ ସେୟାରିଂ ପେଟେନରେ ଚାଲିଥିବା ବେଳେ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜସ୍ୱ ରାଜ୍ୟ ସରକାରଙ୍କ ପାଣ୍ଠିର ଅତିରିକ୍ତ ୩ ହଜାର ତାଙ୍କ ବଢେଇକି ଦରମା ଦେଉଛନ୍ତି ।୬୦ବର୍ଷରୁ ୬୨ ବର୍ଷକୁ ଚାକିରୀ ସମୟ ସୀମା ବର୍ଦ୍ଧିତ କରିଛନ୍ତି । ଆମକୁ ଆଉ ଅନେକ କିଛି ଗୁରୁତ୍ୱପୂର୍ଣ ଦାବି ପୁରାଣ କରିବାର ସମ୍ଭାବନାକୁ ଏଡେଇ ଦିଆଯାଇ ନ ପରେ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ଶ୍ରିମୟୀ ମାଡାମ ଓ ସୁଲୋଚନା ମାଡାମ ସଂଘକୁ ମଜବୁତ କରି ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଙ୍କ ଉପଦେଷ୍ଠା ଶ୍ରୀ ଦୁର୍ଗା ସାମନ୍ତ ରାଏ ଯୋଗଦେଇଥିଲେ, ଆଗାମୀ ଦିନରେ ରାଜ୍ୟ ସରକାର ଦରମା , SNP ର ମୂଲ୍ୟ ବୃଦ୍ଧି , ଅବସର କାଳୀନ ଭତ୍ତା କୁ ବଢ଼ାଇବା ଦିଗରେ ଆଲୋଚନା କରିଛନ୍ତି ବୋଲି ସଭାନେତ୍ରୀ ନନ୍ଦିନୀ ପଣ୍ଡା ତାଙ୍କ ବକ୍ତବ୍ୟ ରଖିଥିଲେ ।

ଆଗାମୀ ଦିନରେ ଅନ୍ୟ ଚାଟୁକାର ସଂଗଠନର ମାୟାରେ ନ ପଡିବା ପାଇଁ ଉପସ୍ଥିତ ଅଙ୍ଗନବାଡି ଭଉଣୀମାନଙ୍କୁ ସଚେତନ କରାଇଥିଲେ । ଉକ୍ତ ସଭାରେ ରାଜ୍ୟ କେଶାଧକ୍ଷା ସୁଶ୍ରୀ ସଙ୍ଗୀତା ମହାପାତ୍ର, ରାଜ୍ୟ ଉପସଭାପତି ରଶ୍ମିବାଳା ମହାନ୍ତି ଯୋଗଦେଇ ଥିବା ବେଳେ ୩୦ ଜିଲ୍ଲାର ଅଙ୍ଗନୱାଡି ସାମୁଖ୍ୟର ସଭାନେତ୍ରୀ ଏବଂ ସମ୍ପାଦିକା ତଥା ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଏଥି ମଧ୍ୟରେ କୋରାପୁଟ ଜିଲ୍ଲାର ଜିଲ୍ଲା ସଭାପତି ଶ୍ରୀ ବାଲା ରାଏ, ଅଭିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ଶ୍ରୀ ନିରଞ୍ଜନ ପାତ୍ର ସୁନ୍ଦର ମୋହନ ପାଣି, ପୂରେନ୍ଦ୍ର ବାରିକ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

Exit mobile version