ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।ସରକାର ବିଳମ୍ବିତ ରାତିରେ ଅଧିକାରୀଙ୍କୁ ବଦଳି କରିଛନ୍ତି।ନୂଆ ସରକାର ଆସିବା ପରେ ଜିଲ୍ଲାପାଳ ସ୍ତରେ କେବେ ବଦଳି ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା ।ଏ ବିଷୟରେ ୫୫ ଦିନ ପରେ ନିର୍ଦେଶନାମା ଜାରି ହୋଇଛି ।୨୦ ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି।
ସୂଚନା ମୁତାବକ , ୨୦୦୯ ବ୍ୟାଚର ଆଇଏଏସ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି । ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ରାଜସ୍ବ ପରିଷଦର ସଚିବ ଭାବେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ନିଯୁକ୍ତି ମିଳିଛି ।କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।ସେହିପରି ଯାଜପୁର ଜିଲ୍ଲାପାଳ ଭାବେ ନିଖିଳପୱନ କଲ୍ୟାଣ ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ ଭାବେ ନୂତନ ଦାଇତ୍ୱ ମିଳିଛି ।ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ବ ମିଳିଛି। କଟକ ମହାନଗର ନିଗମର କମିଶନର ବିଜୟ କୁମାର ଦାସ ଗଜପତିର ନୂଆ ଜିଲ୍ଲାପାଳ ହୋଇଛନ୍ତି।
ସେହିପରି ନୟାଗଡ଼ ଜିଲ୍ଲାପାଳ ଭାବେ ସ୍ୱଧାଦେବ ସିଂଙ୍କୁ ଅତିରିକ୍ତ ସଚିବ,ପଂଚାୟତିରାଜ ବିଭାଗ ନୂତନ ଦାୟିତ୍ୱ ମିଳିଛି ।ରାୟଗଡ଼ା ଜିଲ୍ଲାପାଳ ଭାବେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀଙ୍କୁ ବଦଳି କରାଯାଇଛି ।ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ସମ୍ବଲପୁର ଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରୟ ଭାନୁସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲାପାଳ ହେମ କାନ୍ତ ସାଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ମାଲକାନଗିରି ଜିଲ୍ଲାପାଳ, ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ୱର ଜିଲ୍ଲାପାଳ, ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ମାଲକାନଗିରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, ଓଏମ୍ସିର ନିର୍ବାହୀ ନିର୍ଦ୍ଦେଶକ (ଜମି) କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲାପାଳ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।