Site icon UTKAL PRATIDIN

ରବିବାର ବନ୍ଦ ରହିବ ଜଗା ଦର୍ଶନ

main-slider-1_1670308972

ଆଉ ୨୪ଘଣ୍ଟା ପରେ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି।ଏହି ଦିବସ ଅବସରରେ ଶ୍ରୀ ବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ ।ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୨ଘଟିକାରୁ ସନ୍ଧ୍ୟା ୬ ଘଟିକା ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।ସ୍ନାନ ପୂର୍ଣ୍ଣିମା ପରେ ଠାକୁର ଅଣସରକୁ ବିଜେ ହେବା ପରେ ଏହି ଚିତାକୁ କଢ଼ାଯାଇଥିଲା ।ଆସନ୍ତାକାଲି ଅସଲ ରତ୍ନଚିତା ଲାଗି ହେବ।ଦଇତାପତିମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଅଳଂକାର ଲାଗି କରନ୍ତି ।ପ୍ରଥମେ ଭୋଗମଣ୍ଡପ ନୀତି ପରେ ଶ୍ରୀଜୀଉଙ୍କ ଏହି ବିଶେଷ ନୀତିକାନ୍ତି ସମ୍ପନ୍ନ ହେବ।ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ। ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଚିତା ଅକ୍ଷତ ରହିବ।

Exit mobile version