Site icon UTKAL PRATIDIN

ସ୍ୱାଭାବିକ ହେଲା ଜଗା ଦର୍ଶନ,ସରିଲା ରତ୍ନଭଣ୍ଡାର ଯାଞ୍ଚ

PURI-5

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଶେଷ ହୋଇଛି ।ରତ୍ନଭଣ୍ଡାର କାମ ଶେଷ ହୋଇଥିଲାବେଳେ ଜଗା ଦର୍ଶନ ସ୍ୱାଭାବିକ ହୋଇଛି ।ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରୁ ପରଦା ହଟିବ।ରତ୍ନଭଣ୍ଡାର ସର୍ଭେ ସରିବାରୁ କଟକଣା ଉଠିଯାଇଛି। ସର୍ଭେର ଡାଟା ପ୍ରକ୍ରିୟାକରଣ ପାଇଁ ୧୦ ଦିନ ଲାଗିଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ପ୍ରଥମ ପର୍ୟ୍ୟାୟରେ ଲେଜର ସ୍କାନିଂ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ଜିପିଆର୍‌ ସର୍ଭେ ଶେଷ ହୋଇଛି ।ଉକ୍ତ ସର୍ଭେ ରିପୋର୍ଟ ଏଏସଆଇକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ। ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Exit mobile version