
ଆସନ୍ତାକାଲି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ।ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି ।ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି ଦେବେ । ଏଥିପାଇଁ ଉତ୍ସାହିତ ପ୍ରତିଟି ମହିଳା ।
ଏହି ଉତ୍ସାହ ଭିତରେ ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି ।ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ଫୋନକୁ ଲିଙ୍କ୍ ଓ ଫ୍ରଡ୍ କଲ୍ ଆସୁଥିବା ଅଭିଯୋଗ ହୋଇଛି । ସରକାର କୌଣସି ଲିଙ୍କ କିମ୍ବା ଫୋନ କଲ୍ ହିତାଧିକାରୀଙ୍କ ପାଖକୁ ପଠାଉନାହାନ୍ତି ।
ତେଣୁ ଏଭଳି ଲିଙ୍କଙ୍କୁ କ୍ଲିକ୍ କରନ୍ତୁ ନାହିଁ ବୋଲି ସତର୍କ କରାଇଛନ୍ତି ପ୍ରଭାତି ପରିଡା ।ଏନେଇ ଜଣେ ମହିଳା ସାଇବର ଠକର ଶିକାର ହୋଇ ୧୨ ହଜାର ଟଙ୍କା ହରାଇଥିବା ସୂଚନା ମିଳିଛି । ତେଣୁ ଆପଣ ମାନେ ଫର୍ମ ଭରନ୍ତୁ, ପଞ୍ଚିକରଣ କରନ୍ତୁ,. ଟଙ୍କା ଆପଣଙ୍କ ଖାତାକୁ ଯିବ । ଏନେଇ କାହାର କଥାକୁ ବି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଭାତି ପରିଡା ।