Site icon UTKAL PRATIDIN

ପର୍ଯ୍ୟଟନ କ୍ଷେତ୍ର ପାଇଁ ରାଜ୍ୟକୁ କେନ୍ଦ୍ରର ସ୍ୱତନ୍ତ୍ର ସହାୟତା

WhatsApp-Image-2024-11-29-at-1.59.36-PM-750x430

ନୂଆ ରୂପରେ ଝଲସିବ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ।ପୁଞ୍ଜି ବିନିଯୋଗ ଲାଗି ରାଜ୍ୟ ମାନଙ୍କୁ ସ୍ବତନ୍ତ୍ର ସହାୟତା ଏସଏଏସସିଆଇ ଅଧିନରେ ୨୩ ରାଜ୍ୟର ୪୦ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ମନ୍ତ୍ରଣାଳୟ ୨୩ଟି ରାଜ୍ୟରେ ୪୦ଟି ପ୍ରକଳ୍ପର ତାଲିକାଭୁକ୍ତ କରିଛି। ଯାହାର ପରିମାଣ ୩୨୯୫.୭୬ କୋଟି ଟଙ୍କା ବିଭାଗ ଦ୍ୱାରା ଅନୁମୋଦିତ ହୋଇଛି। ଏଥିରେ ଓଡ଼ିଶାର ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଉଭୟ ପ୍ରକଳ୍ପ ପାଇଁ ଯଥାକ୍ରମେ ୯୯.୯୦ କୋଟି ଓ ୯୯.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ଅର୍ଥ ଉଭୟ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ ତଥା ଉନ୍ନୟନ ଦିଗରେ ଖର୍ଚ୍ଚ କରାଯିବ।ଏସଏଏସସିଆଇରେ ଓଡ଼ିଶାର ଏହି ଦୁଇ ପ୍ରକଳ୍ପକୁ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକୁ କୃତଜ୍ଞତା ଜଣାଇଛନ୍ତି। ମଞ୍ଜୁରୀ ପ୍ରାପ୍ତ ଓଡ଼ିଶାର ଏହି ପ୍ରକଳ୍ପ ଦ୍ୱୟ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଗୁରୁତ୍ବକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version