ଜଗତଜନନୀ ମା ଦୁର୍ଗାଙ୍କ ପୂଜାକୁ ନେଇ ଚଳଚଂଚଳ ପୁରପଲ୍ଲୀ ।ବିଭିନ୍ନ ରଙ୍ଗର ଝିଲି ମିଳି ଆଲୋକରେ ଝଲସୁଛି ପୂଜା ମଣ୍ଡପ ।ସବୁଆଡେ ଆଧ୍ୟାତ୍ମିକ ପରିବେଶ ।ଘଣ୍ଟା ଘଡି ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ଗଗନ ପବନ।ମା ଦୁର୍ଗାଙ୍କ ତୋରଣ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି ।
ସୁରକ୍ଷା ପାଇଁ କଟକ ଦୁର୍ଗାପୂଜାରେ ମୁତୟନ ହେବେ ୬୫ ପ୍ଲାଟୁନ୍ ଫୋର୍ସ। ଦୁର୍ଗାପୂଜା ପ୍ରସ୍ତୁତି ନେଇ ଡିସିପି ଜଗମୋହନ ମୀନା ପ୍ରତିକ୍ରିୟା ରଖିଛନ୍ତି। ୫ ଏଡିସିପି, ୨୫ ଏସିପି, ୩୦ ଇନ୍ସପେକ୍ଟର ମୁତୟନ ରହିବେ। ୧୮୦ ଏଏସ୍ଆଇ, ୨ କମ୍ପାନୀ ସିଆର୍ପିଏଫ୍ ଯବାନ ରହିବେ। ସୁନା, ରୁପା ମେଢ଼ରେ ବନ୍ଧୁକଧାରୀ ପୁଲିସ ସଜାଗ ରହିବେ। ଚୋରିକୁ ଦୃଷ୍ଟିରେ ରଖି ଗଳିକନ୍ଦିରେ ପାଟ୍ରୋଲିଂ କଡ଼ାକଡ଼ି ହେବ।