କୋଲକାତା : ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୌରଭ ଗାଙ୍ଗୁଲି । ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ସୌରଭ ।
ସୂଚନା ଅନୁସାରେ, ବର୍ଧମାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସୌରଭ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଟରେ ଯାଉଥିବାବେଳେ ଏକ ଟ୍ରକ୍ ତାଙ୍କ ଗାଡ଼ି ସହ ପିଟି ହୋଇଥିଲା । ଟ୍ରକକୁ ଦେଖି ସୌରଭଙ୍କ ଡ୍ରାଇଭର ହଠାତ୍ କାର ବ୍ରେକ ମାରିବା ପରେ; ତାଙ୍କ ଗାଡ଼ି ପଛରେ ଆସୁଥିବା ଅନ୍ୟ ଗାଡ଼ିସବୁ ପରସ୍ପର ସହ ବାଡ଼େଇ ହୋଇଯାଥିଲେ । ଏହାଦ୍ୱାରା ରାସ୍ତା ଜାମ୍ ମଧ୍ୟ ହୋଇଯାଇଥିଲା । ଟ୍ରାଫିକ ପୋଲିସ ଆସି ଭିଡ଼ ନିୟନ୍ତ୍ରଣ କରିଥିଲେ । ଦୁର୍ଘଟଣାରେ ଜୀବନହାନୀ ହୋଇ ନ ଥିବାବେଳେ ଅନ୍ୟ ଗାଡ଼ି ସହ ପିଟି ହେବା କାରଣରୁ ଗାଡ଼ି ସବୁ ସାମାନ୍ୟ ଭାବେ ପ୍ରଭାବିତ ହୋଇଛି ।

