Site icon UTKAL PRATIDIN

ମାର ଗଳା କାଟିଦେଲା ନୃଶଂସ ପୁଅ

9bc70b163a263e7b398cde9006e1ba4081707ce50acafbeb185e3584e142c319

ମା ପାଇଁ ପୁଅ ସାଜିଲା କାଳ। ଯେଉଁ ମା ପୁଅକୁ ବଡ କରିଥିଲା ପୁଅ ପାଇଁ ନିଜ ଜୀବନକୁ ବାଜି ଲଗେଇଦେଇଥିଲା ।ସାମାନ୍ୟ କଳି ଝଗଡାରୁ ମାର ଜୀବନ ନବାକୁ ପଛେଇଲେନି ଦୁଇ ସଇତାନ ପୁଅ ।କଟକ ଜିଲ୍ଲାର ମହାନଦୀ ବିହାରରେ। ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ।

ଏହି ଘଟଣା ସାରା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।ମହାନଦୀ ବିହାର ସ୍ଥିତ ଘରେ ମା’ ଓ ଦୁଇ ପୁଅ ରୁହନ୍ତି। ଆଜି ସକାଳେ ଦୁଇ ପୁଅ ମିଶି ମା’କୁ ଗଳାକାଟି ହତ୍ୟା କରିଥିଲେ। ପାଖ ପଡ଼ୋଶୀ ମା’ର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ଘରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତଜାରି ରଖିଛି ।

ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା, ହତ୍ୟାକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ଜଣାପଡ଼ି ନାହିଁ। ତେବେ ମା’ ୨ ପୁଅଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ଜଣାପଡ଼ିଛି। କେଉଁଥି ପାଇଁ କଳିଝଗଡ଼ା ଲାଗି ରହୁଥିଲା ତାହା ଜଣାପଡ଼ି ନାହିଁ। ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

Exit mobile version