Site icon UTKAL PRATIDIN

ମାଙ୍କୁ ପିଟି ପିଟି ମାରିଦେଲା ପୁଅ

Accused_1732429851

ଜନ୍ମ କଲା ମା ର ଜୀବନ ନେବାକୁ ପଛେଲାନି ପୁଅ ।ଅନୁଗୋଳ ଟାଉନ ଥାନା ସୁସୁଡ଼ା ଗାଁରେ ଜଣେ ବ୍ୟକ୍ତି ତାଙ୍କ ବୃଦ୍ଧା ମା’ଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାଁ ଲତା ନାଏକ। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ରାତିରେ କୌଣସି କାରଣରୁ ଲତା ନାଏକ ଓ ତାଙ୍କ ପୁଅ ସରୋଜ ନାଏକଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଜି ସକାଳେ ପୁଣି ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କଥା କଟାକଟି ଚାଲିଥିବା ବେଳେ ଉତ୍‌କ୍ଷିପ୍ତ ସରୋଜ ହଠାତ୍ ମା’ଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ସେ ପିଟି ପିଟି ମା’ ଲତା ନାଏକଙ୍କୁ ମାରି ଦେଇଥିଲେ।

ଗାଁ ଲୋକ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସରୋଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Exit mobile version