Site icon UTKAL PRATIDIN

ହୋଟେଲ ଭିତରେ ଯୁବତୀଙ୍କ ସହ ହେଲା କିଛି ଏପରି…..

WhatsApp Image 2023-05-04 at 6.46.21 PM

କଟକ: ପୁଣି ଲଜ୍ଜା । କଟକର ଏକ ହୋଟେଲରେ  ଆଇନ ଛାତ୍ରୀଙ୍କୁ  ଦୁଷ୍ମର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାତିରେ ରୁମ୍ ଖୋଲା ଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର୍ ରୁମରେ ପଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ପୀଡିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଏବଂ ଏ-ହି ଘଟଣାରେ ମଧୁପାଟଣା ଥାନା ପୋଲିସ ହୋଟେଲର ମ୍ୟାନେଜରକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଏକ ଆଇନ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଗୁରୁବାର ତାଙ୍କର ଜଣେ ସହପାଠୀଙ୍କ ଜନ୍ମଦିନ ପାଳିବାକୁ ମଧୁପାଟଣା ଛକ ନିକଟରେ ଥିବା ଏକ ହୋଟେଲକୁ ଆସିଥିଲେ। ସଂନ୍ଧ୍ୟା ସମୟରେ ହୋଟେଲରେ ଜନ୍ମଦିନ ପାଳନ ହୋଇଥିଲା। ପରେ ସମସ୍ତେ ନିଜ ରୁମକୁ ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ଛାତ୍ରୀ ଜଣକ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରୁମ୍‌ରେ ପଡ଼ିଥିବା ଦେଖି ଅନ୍ୟ ସହପାଠୀମାନେ ତାଙ୍କୁ ହୋସକୁ ଆଣିଥିଲେ।

ପରେ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଛାତ୍ରୀ ଜଣକ ଜାଣିବାକୁ ପାଇଥିଲେ। ପରେ ଏ ସଂକ୍ରାନ୍ତରେ ମଧୁପାଟଣା ଥାନାରେ ପୀଡିତା ଏତଲା ଦେଇଥିଲେ। ପୋଲିସ ସିସି କ୍ୟାମେରା ଫୁଟେଜ ଯାଞ୍ଚ ପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା। ପୀଡିତା ନିଜ ରୁମରେ ଶୋଇଲା ବେଳେ କବାଟ ଦେବାକୁ ଭୁଲି ଯାଇଥିଲେ।

ଏ-ହି ସମୟରେ ହୋଟେଲ ମ୍ୟାନେଜର ରୁମରେ ପଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ  ଜଣାପଡିଥିଲା। ପୋଲିସ୍ ଏହି ଘଟଣାରେ ହୋଟେଲର ମ୍ୟାନେଜରଙ୍କୁ ଗିରଫ କରିବା ସହ ଛାନଭିନ୍ ଆରମ୍ଭ କରିଛି । ଏବଂ ଉଭୟଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି ।

Exit mobile version