ଏଣିକି ବନ୍ୟଜନ୍ତୁ ଶିକାରୀଙ୍କୁ ମିଳିବ ତ୍ରାହି ।ଶିକାର ରୋକିବାକୁ ସନ୍ଧାନୀ କୁକୁରଙ୍କୁ କରାଯିବ ନିୟୋଜିତ ।ତାଲିମ୍ପ୍ରାପ୍ତ କୁକୁରଗୁଡି଼କ ଜଙ୍ଗଲରେ ଲୁଚାଯାଇଥିବା ବିସ୍ଫୋରକ ସାମଗ୍ରୀ ସହ ବାଘଛାଲ, ହାତୀ ଦାନ୍ତ, ଜଙ୍ଗଲୀ ମାଂସକୁ ଠାବ କରିବେ। ଜଙ୍ଗଲରେ ଫସି ଯାଇଥିବା ଆଘାତପ୍ରାପ୍ତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କାମରେ ମଧ୍ୟ ଲାଗିବେ ।ପ୍ରଥମ ପର୍ଯ୍ୟାୟରେ ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏହା ସର୍ବଭାରତୀୟ ସ୍ତରରେ ଏକ ଟ୍ରେଣ୍ଡ ତିଆରି କରିବା ବୋଲି ଆଶା କରାଯାଉଛି ।ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ୍ ହୋଇ ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କରିବେ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

