Site icon UTKAL PRATIDIN

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ଯୁବକଙ୍କୁ ଗୁଳିମାଡ଼

3fede447209dea49dcc111ea55d5351128c71992588be74f77d4ed0d28bd90b7

ଉଗ୍ରରୂପ ନେଲା ସାମାନ୍ୟ ବଚସା ।ରାଉରକେଲାର ଟ୍ରାଫିକ ଗେଟରେ ମାର୍କେଟରେ ହିଂସାକାଣ୍ଡ ।ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଆହତ ଯୁବକ ଅଭ୍ୟାସ ରାୟଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି ।ଟ୍ରାଫିକ ଗେଟ୍ ମାର୍କେଟ ନିକଟରେ କୌଣସି କଥାକୁ ନେଇ ୨ରୁ୩ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବକଙ୍କର ବଚସା ହୋଇଥିଲା।ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ।

ଅଭ୍ୟାସଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସନ୍ଦେହ କରଯାଉଛି। ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ତାହା ଜଣାପଡ଼ି ନାହିଁ। ପୁଲିସ ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Exit mobile version