Site icon UTKAL PRATIDIN

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ନକ୍ସଲ

naxal

ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି।ଉଭୟ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଅତର୍କିତ ଗୁଳି ଚାଲାଣ ହୋଇଥିଲା ।ଭାରତୀୟ ସେନା ନକ୍ସଲଙ୍କୁ କଡା ଜବାବ ଦେଇଥିଲା ।ଏହି ଗୁଳି ବିନିମୟ ହୋଇଥିବା ବେଳେ 6ଜଣ ନକ୍ସଲ ଟଳିପଡିଥିବା ବେଳେ ଅନ୍ୟପଟେ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେଲେଙ୍ଗାନା ଭଦ୍ରାଦି କୋଥାଗୁଡେମ ଜିଲ୍ଲା ସୁପରିଟେଣ୍ଡେଣ୍ଟ ରୋହିତ ରାଜ ଏ ନେଇ ସୂଚନା ଦେଇଛନ୍ତି ଯେ “ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ବେଳେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Exit mobile version