ରାହୁଲ ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ।ପ୍ରଥମ ଲଢେଇରେ ହେଲେ ବିଜୟ । ଓ୍ବାୟନାଡ ଆସନର ଉତ୍ତରାଧିକାରୀ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନାଡ ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି। ପ୍ରଥମ ଲଢ଼େଇରେ ପ୍ରିୟଙ୍କା ଗାନ୍ଧିଙ୍କ ବିପୁଳ ବିଜୟ। ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।
ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେ ରାୟବରେଲି ଆସନରୁ ମଧ୍ୟ ବିଜୟୀ ହୋଇଥିବାରୁ ଏହି ଆସନ ଛାଡ଼ି ଦେଇଥିଲେ। ଏହାପରେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ନିର୍ବାଚନ ମୈଦାନରେ ଏହା ତାଙ୍କର ପ୍ରଥମ ଯୋଗଦାନ, ଯେଉଁଥିରେ ସେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଗାନ୍ଧି ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି।