Site icon UTKAL PRATIDIN

ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଜାମିନ

2

ନୂଆଦିଲ୍ଲୀ: ପୁଣି ମନୀଷ ସିସୋଦିଆଙ୍କୁ ଝଟକା। ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଜାମିନ। ତାଙ୍କ ପତ୍ନୀଙ୍କ ସ୍ୱାସ୍ଥବସ୍ଥା ଅସୁସ୍ଥତା ଦର୍ଶାଇ ସିସୋଦିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ।

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଜାମିନ ଆବେଦନ ଉପରେ ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନା ଥାଉକି ମଦ ଦୁର୍ନୀତି ମାମଲାରେ ସିବିଆଇ ଓ ଇଡି ବାରମ୍ବାର ପଚରାଉଚରା କରିବା ପରେ ଦିଲ୍ଲୀ ଏକ୍ସାଇଜ୍‌ ପଲିସି ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୃଆରୀରେ ଗିରଫ କରାଯାଇଥିଲା । ଏପଟେ ଆମ ଆଦମୀ ପାର୍ଟି ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛି।

ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ନିରାଶ। ଏହି ମାମଲାରେ ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ଏହାକୁ ଗୋଟିଏ କୋର୍ଟ ଖାରଜ କରି ଦେଇଛନ୍ତି।

Exit mobile version