
ସିକ୍କିମରେ ଅକ୍ଟୋବର ୪ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ଏବେ ପରିସ୍ଥିତି ଖୁବ ସ୍ୱଚନୀୟ l ଏହି ବନ୍ୟାରେ ୨୩ ଜଣ ଯବାନଙ୍କ ସମେତ ଶତାଧିକ ଲୋକ ଭାସି ଯାଇଛନ୍ତି l ଅନେକ ଲୋକ ବାସହରା ହୋଇଛନ୍ତି l ଏବେ ପରିସ୍ଥିତି ଖୁବ ଦୁଃଖଦାୟକ l ତେଣୁ ଏହି ପରିସ୍ଥିତିରେ ସିକ୍କିମକୁ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରୀୟ ଅଂଶରୁ ୪୪ କୋଟି ୮ଲକ୍ଷ ତାଙ୍କର ଅନୁଦାନ ରାଶି ଅନୁମୋଦନ କରାଯାଇଛି l
ସିକ୍କିମରେ ହୋଇଥିବା ଏହି ଭୟଙ୍କର ସ୍ଥିତିର କ୍ଷୟକ୍ଷତିର ଆକଳନ କରିବାକୁ ସ୍ବରାଷ୍ଟ୍ର ଏକ ଆନ୍ତ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଥିଲା । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅମିତ ଶାହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି(ଏସଡିଆରଏଫ୍) ର କେନ୍ଦ୍ରୀୟ ଅଂଶରୁ ୪୪ କୋଟି ୮ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି । ଏହାଛଡା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଆଇଏମସିଟି ଖୁବ୍ଶୀଘ୍ର ସିକ୍କିମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ । ଆଇଏମସିଟିର ଆକଳନ ଉପରେ ଆଧାର କରି, ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏସଡିଆରଏଫ୍ରୁ ପୁନଶ୍ଚ ସିକ୍କିମକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯିବ । କାରଣ ଏବେ ସିକ୍କିମର ସ୍ଥିତି ସୁଧାରିବାକୁ ସରକାରଙ୍କ ସମେତ ସମସ୍ତଙ୍କ ସହାୟତା ନିତ୍ୟାନ୍ତ ଆବଶ୍ୟକ l ଘରଦ୍ୱାରା ସହ ଅନେକ ଲୋକ ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ଖୁବ ଜଟିଳ ପରିସ୍ଥିରେ ଗତି କରୁଛନ୍ତି l