ରାଜ୍ୟ ରାଜନୀତିର ଚିତ୍ର ସମ୍ପୂର୍ଣ ରୂପେ ବଦଳି ସାରିଛି ।ରାଜ୍ୟରେ ନୂଆ ସରକାର ସାଶନ ଭାର ସମ୍ଭଳିଛି । ଶାସକ ଦଳରୁ ବିରୋଧୀ ଦଳର ଭୂମିକା ନିର୍ଭା କରୁଛି ବିଜୁ ଜନତା ଦଳ ।କିନ୍ତୁ ଏବେ ବି ବିଜୁ ଜନତା ଦଳର ଅନେକ ନେତା ଓ କର୍ମୀ ତାଙ୍କ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି ।ନିର୍ବାଚନକୁ ଦୁଇମାସ ପୂରିଗଲାଣି ହେଲେ ନିର୍ବାଚନ ସ୍ଵଚ୍ଛତାକୁ ନେଇ ରାଜନୀତି ଥମିବାର ନାଁ ଧରୁନି।ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି,ଭୋଟ ଓ ଗଣତି ଦିନ କାଉଁଣ୍ଟିଂ ହୋଇଥିବା ଭୋଟ୍ ଭିତରେ ୫କୋଟିର ବ୍ୟବଧାନ ଅଛି ।୭୯ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା। ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା।
ବିଜେପିର ଏହା ଏକ ଷଡଯନ୍ତ୍ର ।ଇଭିଏମ୍ ଜାଲିଆତି ନେଇ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ।୨୦୧୯ରେ ମାତ୍ର ୮ଟି ଜିତିଥିଲା। ଏଥର ୨୧ ରୁ ୨୦ ଜିତିବା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା। ବିଜେଡି ୧୨ ରୁ ୦ ହୋଇଯିବା ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ଲୋକଙ୍କ ମତକୁ ବିଜେଡି ସ୍ବୀକାର କରିଛି।କିଛି ହେର ଫେର ହୋଇନାହିଁ ବୋଲି କେନ୍ଦ୍ର ସରକାର କହୁଥିଲେ ମଧ୍ୟ ଇଭିଏମ୍ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର।

