
ମାସ ଆରମ୍ଭରୁ ଗ୍ରାହକଙ୍କୁ ପୁଣି ବଡ ଝଟକା ।ଏଲପିଜି ଗ୍ୟାସ ସିଲିଣ୍ଡର ଦର ଓ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ।ଆଜି ଦିଲ୍ଲୀରେ ନୂଆ ଦର ୧୬୯୧.୫୦ ଟଙ୍କାକୁ ବୃଦ୍ଧି ପାଇଛି ।ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ ଦର ୧୬୪୪ ଟଙ୍କା ରହିଛି । ତେବେ ଘରୋଇ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସୂଚନା ମିଳିଛି ।ଜୁଲାଇ ମାସରେ କମର୍ସିଆଲ୍ ସିଲିଣ୍ଡର ଗ୍ୟାସର ମୂଲ୍ୟ ହ୍ରାସ ପାଇଥିଲା ବେଳେ ସେପ୍ଟେମ୍ବର ମାସରେ ଗ୍ୟାସର ଦର ବୃଦ୍ଧି ପାଇଛି । ଜୁନ ଓ ମେ ମାସରେ ମଧ୍ୟ ଗ୍ୟାସର ଦର ହ୍ରାସ ପାଇଥିଲା ବର୍ତମାନ ଗ୍ୟାସ ଦର ବୃଦ୍ଧି ବାଣିଜ୍ୟିକ ଉଦ୍ୟୋଗଗୁଡିକକୁ ଚିନ୍ତାରେ ପକେଇଦେଇଛି ।ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି।