
ନୂଆଦିଲ୍ଲୀ: ପହଲଗାମରେ ହମଲା ପରେ ପର୍ଯ୍ୟଟକଙ୍କ ଭିତରେ ଦେଖା ଦେଇଛି କୋକୁଆ ଭୟ । କାଲିର ଘଟଣାରେ ଭୟରେ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ । ଶ୍ରୀନଗର ବିମାନବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼। ଏୟାର ଇଣ୍ଡିଆ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରୁ ମୁମ୍ବାଇ ଓ ଦିଲ୍ଲୀ ଫେରିବେ ପର୍ଯ୍ୟଟକ।
କାଲିର ଘଟଣାକୁ ନେଇ ପର୍ଯ୍ୟଟକଙ୍କ ଭିତରେ ଭୟ ଦେଖା ଦେଇଛି। ବୁଲିବାକୁ ଆସିଥିବା ବେଳେ ଅନେକ ପର୍ଯ୍ୟଟକଙ୍କ କିପରି ଆତଙ୍କବାଦୀ ଗୁଳି କରି ମାରିଦେଲେ ତାକୁ ଭାବି ନିଜ ନିଜ ଘରକୁ ଯିବାକୁ ବାହାରିପଡ଼ିଛନ୍ତି ପର୍ଯ୍ୟଟକ। ସେପଟେ ସାମ୍ନାକୁ ଆସିଛି ଜଣେ ଆତଙ୍କବାଦୀର ଫଟୋ । ହାତରେ ବନ୍ଧୁକ ଧରିଥିବା ଏକ ଆତଙ୍କୀର ଫଟୋ ଏବେ ସାମ୍ନାକୁ ଆସିଛି । ଅନ୍ୟପଟେ ପହଲଗାମ୍ ହାମ୍ଲା ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଛି । ସୁରକ୍ଷା ଏଜେନ୍ସି ପକ୍ଷରୁ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି କରାଯାଇଛି । ସେହି ୩ ଆତଙ୍କୀ ହେଉଛନ୍ତି ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାର ।
ସେପଟେ ଆଜି ସନ୍ଧ୍ୟା ୬ଟାରେ ବସିବ ସିସିଏସ୍ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦୀ । ତେବେ ବୈଠକରେ ହମ୍ଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ ବୋଲି ସୂଚନା ମିଳିଛି । ସେହିପରି ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କରିଛନ୍ତି ଜାମ୍ମୁ କାଶ୍ମୀର ସରକାର ।