Site icon UTKAL PRATIDIN

ଭୁସୁଡ଼ିଲା ଶିବାଜୀଙ୍କ ପ୍ରତିମୂର୍ତ୍ତି, ଗିରଫ ହେଲେ କଣ୍ଟ୍ରାକ୍ଟର

Arrest_1724995114

ରାଜ୍ୟ ରାଜନୀତିକୁ ସରଗରମ କରିଥାଏ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ।ଏସବୁ ମଧ୍ୟରେ ଶିବାଜୀ ମହାରାଜଙ୍କର ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ବିତିବାର ୫ ଦିନ ପରେ ପ୍ରଥମ ଗିରଫଦାରୀ କରିଛି ପୋଲିସ ।ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଗିରଫ କରିଛି ପୋଲିସ ।କୋହ୍ଲାପୁର ପୋଲିସ ତାଙ୍କୁ ମାଲଭନ ପୋଲିସକୁ ଜିମା ଦେଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚେତନ ପାଟିଲ କହିଛନ୍ତି, ଥାନେର ଏକ କମ୍ପାନୀ ପ୍ରତିମା ସମ୍ବନ୍ଧିତ କାମ କରିଥିଲା। ଆଉ ମୋତେ କେବଳ ସେହି ପ୍ଲାଟଫର୍ମ ଉପରେ କାମ କରିବାକୁ କୁହାଯାଇଥିଲା। ଯେଉଁ ଉପରେ ପ୍ରତିମା ଲଗା ଯାଇଥିଲା। ଅନ୍ୟପଟେ ସେ କହିଛନ୍ତି ଯେ ପ୍ରତିମା ଭାଙ୍ଗିବା ଘଟଣାରେ ତାଙ୍କର କୌଣସି ବି ଭୂମିକା ନାହିଁ। ସୂଚନାଥାଉକି, ଅଗଷ୍ଟ ୨୬ ତାରିଖରେ ଘଣ୍ଟାପ୍ରତି ୪୫ କିମି ପଦବ ବହିବାରୁ ଶିବାଜୀଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗି ଯାଇଥିଲା।
ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ।ଦୟାକରି ଏହାକୁ ରାଜନୀତିକରଣ କରାନଯାଉ।ଛତ୍ରପତି ଶିବାଜୀ ଆମ ଭଗବାନ ତାଙ୍କୁ ଅନୁସରଣ କରି ଆମେ ବିକାଶମୂଳକ କାର୍ଯ୍ୟ କରିଥାଉ ।

ସୂଚନା ଅନୁଯାୟୀ, ଗତ ବର୍ଷ ଡିସେମ୍ବର ୪ରେ ଛତ୍ରପତୀ ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ ।ଏହି ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। କିନ୍ତୁ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା ଯାହାକୁ ନେଇ ସିନ୍ଧେଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ।

Exit mobile version