Site icon UTKAL PRATIDIN

ରୋଶନି ନାଦର: ଏସିଆର ସବୁଠାରୁ ଧନୀ ମହିଳା

1741687202

ନୂଆଦିଲ୍ଲୀ: ରୋଶନି ନାଦର । ମାଲହୋତ୍ରା କମ୍ପାନୀର ସବୁଠାରୁ ବଡ଼ ସେୟାର ହୋଲ୍ଡର । ଏଚ୍‌ସିଏଲ୍ ଟେକ୍ନୋଲୋଜି ପ୍ରତିଷ୍ଠାତା ଶିବ ନାଦରଙ୍କ ଝିଅ ହେଉଛନ୍ତି ରୋଶନି । ଯିଏ ରାତାରାତି କେବଳ ଭାରତ ନୁହେଁ ବରଂ ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ପାଲଟି ଯାଇଛନ୍ତି । ତାଙ୍କ ବାପାଙ୍କ ଯୋଗୁଁ ସେ ଏହି ସଫଳତା ପାଇଛନ୍ତି। ଶିବ୍ ତାଙ୍କର ୪୭ ପ୍ରତିଶତ ଅଂଶଧନ ଝିଅ ରୋଶନି ନାଦାର ମାଲହୋତ୍ରାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି । 

ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ତାଙ୍କ ଝିଅଙ୍କ ନାଁରେ କମ୍ପାନୀର ୪୭ ପ୍ରତିଶତ ଶେୟାର ଟ୍ରାନ୍ସଫର କରିଛନ୍ତି। ଏଚସିଏଲ୍ କର୍ପ ଏବଂ ଭାମା ଦିଲ୍ଲୀରେ ୪୭ ପ୍ରତିଶତ ଶେୟାର ଝିଅ ରୋଶନି ନାଦର ମଲହୋତ୍ରାଙ୍କୁ ଉତ୍ତରାଧିକାରୀ ଭାବେ ଉପହାର ଦେଇଛନ୍ତି ଶିବ ନାଦର। ଶେୟାର ସ୍ଥାନାନ୍ତର ପରେ ଏଚ୍‌ସିଏଲ ଟେକ୍ନୋଲୋଜିର ସବୁଠାରୁ ବଡ଼ ସେୟାରହୋଲ୍ଡର ହୋଇଛନ୍ତି ରୋଶନୀ। ଷ୍ଟକ୍ ଏକ୍ସଚେଞ୍ଜରେ ଦାଖଲ ହୋଇଥିବା ରେଗୁଲେଟୋରି ଫାଇଲିଂରେ ଏଚ୍‌ସିଏଲ୍ ଟେକ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ୬ ମାର୍ଚ୍ଚ, ୨୦୨୫ରେ ଶିବ ନାଦର ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରାଙ୍କ ସପକ୍ଷରେ ଦୁଇଟି ଗିଫ୍ଟ ଡିଡ୍ ଏକ୍‌ଜିକ୍ୟୁଟିଭ୍ କରିଛନ୍ତି ।

ପ୍ରଥମ ଗିଫ୍ଟ ଡିଡ୍‌ରେ ଶିବ ନାଦର ଭାମା ସୁନ୍ଦରୀ ଇନଭେଷ୍ଟମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଭାମା ଦିଲ୍ଲୀ)ରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ରୋଶନି ନାଦର ମାଲହୋତ୍ରାଙ୍କୁ ଉପହାର ଭାବରେ ହସ୍ତାନ୍ତର କରିଥିଲେ। ଦ୍ୱିତୀୟ ଡିଡ୍‌ରେ, ଏଚସିଏଲର କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅକୁ ହସ୍ତାନ୍ତର କରିଛନ୍ତି। ଶିବ୍ ତାଙ୍କର ୪୭% ଅଂଶଧନ ରୋଶନୀଙ୍କୁ ଟ୍ରାନ୍ସଫର କରିବା ପରେ ଏବେ ରୋଶନି କପୋରେଟ ଜଗତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେବା ସହ ଦେଶର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

Exit mobile version