
ରାମପୁର(ଶିମଳା):ପ୍ରକୃତିର ପ୍ରକୋପରେ ଯେମିତି ଥରହର ହିମାଚଳ ପ୍ରଦେଶ | ବଦଳଫାଟ ବର୍ଷା ଯୋଗୁ ରାଜ୍ୟର ଏକାଧିକ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି | ଶିମଲା ଜିଲ୍ଲାର ରାମପୁର ନିକଟ ଏକ ଗାଁ ସମ୍ପୂର୍ଣ ଭାସି ଯାଇଛି | ୬୦ ଘଣ୍ଟ ପରେ ବି ୩୬ ଜଣଙ୍କର ପତ୍ତା ମିଳୁନି | ମହିଳା, ଶିଶୁଙ୍କ ସମେତ ୩୬ ଜଣ ମାଟି ତଳେ ପୋତି ରହିଛନ୍ତି | ସେମାନଙ୍କ ବଂଚିବା ଆଶା ଦିନକୁ ଦିନ କ୍ଷୀଣ ହୋଇ ଯାଉଛି |
ଅନ୍ୟପକ୍ଷେ ଗାଁରେ ଦୁଇ ଦିନ ପରେ ଗୋଟିଏ ଗାଈକୁ ଜୀବନ୍ତ ଅବସ୍ଥାରେ ଉଦ୍ଧର କରାଯାଇଛି | ବଦଳ ଫଟା ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ପୁରା ଗାଁ ଭାସି ଯାଇଥିଲା | ତେବେ ଗାଈଟି ପାହାଡ଼ ନିକଟ ଏକ ଘରେ ବନ୍ଧା ହୋଇଥିବାରୁ ବଂଚି ଯାଇଥିଲା | ଗାଁକୁ ଯିବା ପାଇଁ ସେନା ପକ୍ଷରୁ ଏକ ଅସ୍ଥାୟୀ ବ୍ରିଜ ତିଆରି କରିବା ପରେ ଗାଈଟିକୁ ଉଦ୍ଧର କରାଯାଇଛି | ଗାଈଟିର ମାଲିକ ରାମପାଲ ଘଟଣାସ୍ଥଳକୁ ଯାଇ ଗାଈକୁ ଉଦ୍ଧର କରିଥିଲେ | ଦୁଇ ଦିନ ଧରି ଗାୟିତ୍ରୀ ଭୋକ ଉପାସରେ ସେଠାରେ ବନ୍ଧା ହୋଇ ପଡିଥିଲା |
ରାମପାଲ ସେ ଭୟଙ୍କର ଘଟଣାର ଜଣେ ମୂକ ସାକ୍ଷୀ | ସେ କାଳ ରାତିର କଥା ବର୍ଣନା କରିବାକୁ ଯାଇ ସେ କାହିଁଛନ୍ତି, ଏହି ଗାଁର ଯେଉଁ ଘର ବଂଚିଛି ସେଗୁଡିକ ସବୁ ତାଙ୍କର | ତେବେ ଏହି ଘରେ କେହି ରହୁ ନଥିଲେ | ଗୋଟିଏ ଘରେ ଜଣେ ଶ୍ରମିକ ରହୁଥିଲେ | ହେଲେ ସେ ପୂର୍ବ ଦିନ ପଳାଇଥିଲେ | କେବଳ ୬୪ ବର୍ଷୀୟ ତାଙ୍କର ଭାଇ ଚନ୍ଦ୍ର ଓ ପତ୍ନୀ ବଂଚି ଯାଇଥିଲେ | ସେମାନେ ଜୀବନ ବିକଳରେ ଦୌଡୀ ପଳାଇଥିଲେ ବୋଲି ବର୍ତ୍ତି ଯାଇଥିବା କହିଛନ୍ତି ରାମପାଲ |
ଏଠି କହିରଖିବୁ, ବଦଳଫଟା ବର୍ଷା ଯୋଗୁ ଶିମଲା ଜିଲ୍ଲାର ସମଜେ ଅଞ୍ଚଳ, ରାମପୁର, କୁଲ୍ଲୁର ବାଗିପୁଲ ଅଞ୍ଚଳ ଏବଂ ମାଣ୍ଡିର ପଦ୍ଦାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି | ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି | ୬୦ରୁ ଅଧିକ ଘର ଭାସି ଯାଇଛି | NDRF ଏବଂ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି।