Site icon UTKAL PRATIDIN

ଶିମିଳିପାଳ ଆସିବ ଆଉ ଏକ ବାଘୁଣୀ

Tiger_1729150121

ପୁଣି ଶିମିଳିପାଳ ଆସିବ ଆଉ ଏକ ବାଘୁଣୀ ।ଶିମିଳପାଳ ଅଭୟାରଣ୍ୟକୁ ବାଘୁଣୀକୁ ଆଣିବା ପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସକ ଅଭିଳାଷ ଆଚାର୍ଯ୍ୟ ଏବଂ ଡେପୁଟି ରେଞ୍ଜର ଦୀପ୍ତିମାନ ପଣ୍ଡା ଅନ୍ତର୍ଭୁକ୍ତ। ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ। ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

Exit mobile version