
ବାଂଲାଦେଶରେ ସ୍ଥିତି ଅଣାୟତ । ହିଂସା ଯୋଗୁଁ ବାଂଲାଦେଶର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ।ଏସବୁ ମଧ୍ୟରେ କୋଟା ବିରୋଧୀ ହିଂସା ପାଇଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ତାଙ୍କ ପଦରୁ ଇସ୍ଥପା ଦେଇଛନ୍ତି । ଏହି ସଂରକ୍ଷଣ ବା କୋଟା କ’ଣ ଯେଉଁଥିପାଇଁ ଏତେ ଲୋକଙ୍କ ଜୀବନ ଯାଇଛି ଏବଂ ହସିନାଙ୍କୁ ପଦ ହରାଇବାକୁ ପଡ଼ିଛି। ଏହି କୋଟା ବିବାଦ ଗତ ଜୁନ୍ ୫ ତାରିଖରୁ ଆରମ୍ଭ ହୋଇଛି।
ବାଂଲାଦେଶରେ ଆନ୍ଦୋଳନର ସ୍ଥିତି ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଅଇନି ମନ୍ତ୍ରୀଙ୍କ ଅବାସକୁ ଘେରି ରହିଛନ୍ତି ଆନ୍ଦୋଳନକାରୀ ।ଦେଶର ସ୍ଥିତି ଏତେ ଖରାପ ଯେ ସାରା ଦେଶରେ ସାରା ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି ।
ବାଂଲାଦେଶରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପୂର୍ବରୁ ଥିଲା। କିନ୍ତୁ ଏହାକୁ ଜୋରଦାର ବିରୋଧ କରିଥିଲେ ଦେଶର ସାଧାରଣ ବର୍ଗର ଛାତ୍ରମାନେ । ୨୦୧୮ରେ ପ୍ରବଳ ବିରୋଧ ମଧ୍ୟରେ ହସିନା ଏହି କୋଟା ପଦ୍ଧତିକୁ ଉଚ୍ଛେଦ କରିବାପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହସିନା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ହସ୍ତକ୍ଷେପ କରି ହାସିନା ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ ଏବଂ ଜୁନ୍ ୫ ତାରିଖରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାଂଲାଦେଶରେ ଛାତ୍ରମାନେ ହାଇକୋର୍ଟଙ୍କ ରାୟକୁ ପ୍ରବଳ ବିରୋଧ କରିଥିଲେ। ସେମାନେ ଏହି ସଂରକ୍ଷଣ ହଟାଇବାକୁ ଚାହିଥିଲେ। କିନ୍ତୁ ହସିନା ଛାତ୍ରଙ୍କର ଏହି ଦାବି ପ୍ରସଙ୍ଗରେ କିଛି ଉତ୍ତର ରଖିନଥିଲେ।ଏହି ମାମଲା କୋର୍ଟରେ ଚାଲିଥିବାରୁ ସେ ଏହି ମାମଲାରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ।
ପରେ ହସିନା ଦେଇଥିବା ଏକ ଟିପ୍ପଣୀ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା। କୋଟାକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କୁ ହସିନା ‘ରଜାକାର ‘ (ଦେଶ ବିରୋଧୀ ଶକ୍ତି) କହିଥିଲେ। ଜୁଲାଇ ୧୪ ତାରିଖରେ ହସିନାଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ଢାକା ବିଶ୍ବବିଦ୍ୟାଳୟର ଛାତ୍ରମାନେ ବିଶ୍ବବିଦ୍ୟାଳୟ ଛାଡ଼ି ବଡ଼ଧରଣର ଆନ୍ଦୋଳନ କରିଥିଲେ।

ହସିନାଙ୍କ କହିବା ମୁତାବକ, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଛାତ୍ର ନୁହନ୍ତି ବରଂ ଆତଙ୍କବାଦୀ ଏବଂ ସେମାନଙ୍କୁ ଏକ ଶିକ୍ଷା ଦେବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ହସିନାଙ୍କ କଥାକୁ ବିରୋଧ କରି ଏହି ଆନ୍ଦୋଳନ ତୀବ୍ରତର ହୋଇଥିଲା ଏବଂ ହିଂସାରେ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।ଜୁଲାଇ ୨୧ ତାରିଖରେ ବାଂଲାଦେଶର ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ସଂରକ୍ଷଣ ହାର ୫ ପ୍ରତିଶତକୁ ହ୍ରାସ କରିଥିଲେ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ନଥିଲେ। ସଂରକ୍ଷଣ ପ୍ରସଙ୍ଗରେ ଛାତ୍ରଙ୍କ ଦାବି ପୂରଣ ହୋଇଥିଲେ ସୁଦ୍ଧା ସେମାନେ ପୁଣିଥରେ ହସିନାଙ୍କ କଥା ପାଇଁ ତାଙ୍କଠାରୁ କ୍ଷମା ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ। ସେମାନେ ହସିନାଙ୍କଠାରୁ କ୍ଷମା ଦାବି କରିଥିଲେ ଏବଂ ଇସ୍ତଫା ଦାବି କରିଥିଲେ। ରବିବାର ସେମାନେ ହସିନାଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିପାଇଁ ସାରା ଦେଶରେ ଇଣ୍ଟରନେଟ ବ୍ୟାନ ଲଗାଯାଇଛି। ବାଂଲାଦେଶରେ ସ୍ଥିତି ଅଧିକବିଗିଡ଼ିବାରୁ ଭାରତ ସରକାର ସୀମାରେ ଅଧିକ ସଚେତନ ରହିବ ପାଇଁ ସେନାଙ୍କୁ ନିର୍ଦେଶ ଦେଇଛନ୍ତି ।ବାଂଲାଦେଶ -ଭାରତ ସୀମାରେ ହାଇ ଆଲର୍ଟ ଜାରି କରିଛନ୍ତି ।