Site icon UTKAL PRATIDIN

ଆଦିବାସୀଙ୍କ ନାଚ ଗୀତରେ କମ୍ପିଲା ଶଙ୍ଖ ଭବନ,ଯୋଗ ଦେଲେ ବିଜେଡି ସୁପ୍ରିମୋ

NAV-750x430

ଆଜି ବିଶ୍ୱ ଆଦିବାସୀ ଦିବସ । ଆଦିବାସୀଙ୍କ ଜୀବନଶୈଳୀ ଓ ସେମାନଙ୍କ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ସଚେତନ ସୃଷ୍ଟି କରିବା ପାଇଁ ବିଶ୍ଵ ଆଦିବାସୀ ଦିବସ ରୂପେ ଅଗଷ୍ଟ ୯ ତାରିଖକୁ ପାଳନ କରାଯାଉଛି ।ଆଦୀବାଙ୍କ ସଂଗୀତ ବାଦ୍ୟ ସାଙ୍ଗକୁ ନୃତ୍ୟର ତାଳରେ କମ୍ପୁଛି ଶଙ୍ଖ ଭବନ । ବିଭିନ୍ନ ଆଦିବାସୀ ଜିଲ୍ଲାରୁ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ମିଳିତ ଜାତିସଂଘର ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ,୧୯୯୪ରେ ବିଶ୍ଵରେ ଅନୁସୂଚିତ ଜନଜାତିର ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ ୯ଅଗଷ୍ଟରେ ପାଳନ କରାଯାଏ ।ଆଦିବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ସହ ସେମାନଙ୍କୁ ସବୁ କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଏହି ଦିନଟିକୁ ଆଦିବାସୀଙ୍କ ନିମନ୍ତେ ପାଳନ କରାଯାଏ ।

Exit mobile version