Site icon UTKAL PRATIDIN

ବିଜେପି ନେତୃତ୍ୱଙ୍କ ସହ ଶାହଙ୍କ ବୈଠକ; ଆସିପାରେ ବଡ଼ ନିଷ୍ପତ୍ତି

Amit-Shah--HT-File-_1709580041785_1710236760487

ନୂଆଦିଲ୍ଲୀ: ତୁଟୁନି ମେଣ୍ଟ ଚର୍ଚ୍ଚା l ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର। ତେବେ ଏହା ମଧ୍ୟରେ ଆସିଛି ବଡ଼ ଖବର । ଦିନେ ଦୁଇ ଦିନ ମଧ୍ୟରେ ମେଣ୍ଟକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି l ଗତକାଲି ଅର୍ଥାତ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଠାରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ଏହି ସମୟରେ ଖବର ଆସିଛି ଯେ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ନେତୃତ୍ୱ ଭେଟି ଆସନ ବୁଝାମଣା ସମ୍ପର୍କରେ ଆଲୋଚନା କରୁଛନ୍ତି। ବୈଠକ ପରେ କେନ୍ଦ୍ରୀୟ ନେତୃତ୍ୱ ଶେଷ ନିଷ୍ପତ୍ତି ଶୁଣାଇବେ ବୋଲି କୁହାଯାଉଛି ।

Exit mobile version