Site icon UTKAL PRATIDIN

ଶାହାରୁଖଙ୍କୁ ମିଳିଲା ଓ୍ବାଇ ପ୍ଲସ୍ ସୁରକ୍ଷା

23

ମୁମ୍ବାଇ: ବଢିଲା ଶାହାରୁଖଙ୍କ ସୁରକ୍ଷା  । ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । ସୁରକ୍ଷା ବୃଦ୍ଧି କରି ଓ୍ବାଇ ପ୍ଲସ୍ ଦେଲେ ମହାରାଷ୍ଟ୍ର ସରକାର  । ହତ୍ୟା ଧମକ ମିଳିବା ନେଇ ଶାହାରୁଖ ସରକାରଙ୍କୁ ଜଣାଇଥିଲେ । ପଠାନ୍, ଜଓ୍ବାନ ଫିଲ୍ମରେ ଅଭିନୟ କରିବା ପରେ ଧମକ ମିଳିଥିବା ସେ ସରକାରଙ୍କୁ ଜଣାଇଥିଲେ । ଏହାପରେ ଶାହାରୁଖ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା ‘ୱାଇପ୍ଲସ୍‌’ ବର୍ଗକୁ ବୃଦ୍ଧି କରିବା ପାଇଁ ମହାରାଷ୍ଟ୍ର ସରକାର ଆଦେଶ ଦେଇଛନ୍ତି। ଓ୍ବାଇ ପ୍ଲସ୍ ସୁରକ୍ଷା ପରେ ଶାହାରୁଖ ଖାନଙ୍କ ସୁରକ୍ଷା ଆହୁରି କଠୋର ହୋଇଛି। ବର୍ତ୍ତମାନ ୬ ଜଣ ପୋଲିସ କମାଣ୍ଡୋ ତାଙ୍କ ସହିତ ରହିବେ ।

ଏହି ସଶସ୍ତ୍ର ଅଙ୍ଗରକ୍ଷୀମାନେ ମହାରାଷ୍ଟ୍ର ପୋଲିସର ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ହେବେ। ଶାହାରୁଖଙ୍କୁ ସମଗ୍ର ଭାରତରେ ସୁରକ୍ଷା ମିଳିବ।  ସୁରକ୍ଷା ପାଇଁ ନିୟୋଜିତ କମାଣ୍ଡୋଙ୍କୁ MP-5 ମେସିନ ବନ୍ଧୁକ, AK-47 ଆଟାକ୍ ରାଇଫଲ ଏବଂ ଗ୍ଲକ୍ ପିସ୍ତଲ ଯୋଗାଇ ଦିଆଯିବ।

ଏହା ବ୍ୟତୀତ ସର୍ବଦା ଶାହାରୁଖ ଖାନଙ୍କ ଘରେ ୪ଜଣ ସଶସ୍ତ୍ର ପୋଲିସ ନିୟୋଜିତ ହେବେ। ତେବେ ଶାହାରୁଖ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଖର୍ଚ୍ଚ ବହନ କରିବେ। ସୂଚନାଯୋଗ୍ୟ, ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯବାନ୍‌’ ବିଶ୍ବବ୍ୟାପୀ ବକ୍ସ୍‌ଅଫିସ୍‌ରେ ୧୧୦୩.୨୭ କୋଟି ଟଙ୍କା ଉପାର୍ଜନ କରିସାରିଥିବା କଥା ସମ୍ପ୍ରତି ‘ରେଡ୍‌ ଚିଲିଜ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌’ ଘୋଷଣା କରିଛି।

Exit mobile version