ଭୁବନେଶ୍ଵର: ଶହୀଦ ମାନଙ୍କୁ ସମ୍ମାନିତ କରିବା ଏବଂ ଦେଶ ପାଇଁ ସେମାନଙ୍କ ବଳିଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଏହି ଦିନ ଭାରତର ଗର୍ବ, ସମ୍ମାନ ଏବଂ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଭଗତ ସିଂହ ଏବଂ ତାଙ୍କ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ଶହୀଦ ଦିବସ ଦେଶ ପାଇଁ ଏକ ବିଶେଷ ଏବଂ ଭାବପ୍ରବଣର ଦିନ। ମାର୍ଚ୍ଚ ୨୩ରେ, ଭାରତର ସନ୍ତାନ ସହିଦ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଦେଶ ପାଇଁ ହସି ହସି ମୃତ୍ୟୁଦଣ୍ଡକୁ ଗ୍ରହଣ କରିନେଇଥିଲେ। ସେମାନଙ୍କ ବଳିଦାନ ପାଇଁ ଦେଶର ପ୍ରତ୍ୟେକ ନାଗରିକ ପ୍ରକୃତ ହୃଦୟରେ ସେମାନଙ୍କୁ ସଲାମ କରନ୍ତି।
ମାର୍ଚ୍ଚ ୨୩ କୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରୁଛି । ୧୯୩୧ ମସିହାରେ ଆଜିର ଦିନରେ ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା । ଯେଉଁ ବୟସରେ ଲୋକମାନେ ନିଜ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖନ୍ତି, ସେହି ବୟସରେ ଭାରତ ମାତାର ସାହାସୀ ବିପ୍ଳବୀ ଦେଶ ପାଇଁ ନିଜ ବେକରେ ଫାଶୀର ଫନ୍ଦା ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ଏହି ତିନିଜଣଙ୍କ ବିରୋଧରେ ବ୍ରିଟିଶ ପୋଲିସ ଅଧିକାରୀ ଜନ୍ ସାଣ୍ଡର୍ସଙ୍କ ହତ୍ୟା ଅଭିଯୋଗ ହୋଇଥିଲା । ଏହି ତିନି ବୀର ଲାଲା ଲଜପତ ରାୟଙ୍କ ସମେତ ସାଇମନ୍ କମିଶନଙ୍କ ବହିଷ୍କାରକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିଲେ । ଏହି ସମୟରେ ବ୍ରିଟିଶ ସରକାର ଲାଠି ଚାର୍ଜ କରିବାକୁ ଲାଲା ଲଜପତ ରାୟଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧରେ 1928 ରେ ଭଗତ ସିଂହ ଏବଂ ରାଜଗୁରୁ ସାଉଣ୍ଡର୍ସଙ୍କୁ ହତ୍ୟା କରିଥିଲେ । ଏହି ଯୋଜନାରେ ସୁଖଦେବ ଏବଂ ଚନ୍ଦ୍ରଶେଖର ଆଜାଦ ମଧ୍ୟ ସାମିଲ ଥିଲେ ।
ଏହି ଘଟଣା ପରେ ଭଗତ ସିଂହ ‘ଜନ ସୁରକ୍ଷା ଏବଂ ବାଣିଜ୍ୟ ବଣ୍ଟନ ବିଲ୍’କୁ ବିରୋଧ କରି କେନ୍ଦ୍ରୀୟ ସଭାରେ ଏକ ବୋମା ଫିଙ୍ଗିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ କୋର୍ଟରେ କହିଥିଲେ ଯେ ବଧିରକୁ ଶୁଣିବାକୁ ଉଚ୍ଚ ସ୍ୱର ହେବା ଆବଶ୍ୟକ । ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କ ବଳିଦାନକୁ ମନେ ରଖିବା ପାଇଁ ଆମେ ପ୍ରତ୍ୟେକ ବର୍ଷ ୨୩ ମାର୍ଚ୍ଚରେ ଶହୀଦ ଦିବସ ଭାବରେ ପାଳନ କରିଥାଉ, ଯାହା ଦ୍ୱାରା ଆମର ଯୁବ ପିଢୀ ଏବଂ ପିଲାମାନେ ସେମାନଙ୍କର ବଳିଦାନ ବିଷୟରେ ଜାଣିପାରିବେ । ଏପରିକି ସ୍ୱାଧୀନାତା ପ୍ରାପ୍ତି ପଛରେ ଅନେକ ବୀରଙ୍କ ବଳିଦାନ ରହିଛି ସେ ବିଷୟରେ ମଧ୍ୟ ଯୁବପିଢୀ ଜାଣିବେ ।